News7 Logo

ସାମାନ୍ୟ ବଚସାରୁ ହଣାହଣି, ବିଚ୍ ରାସ୍ତାରେ ଯୁବକଙ୍କ ଗୋଡ଼ ଛିଣ୍ଡାଇ ଦେଲେ ଦୁର୍ବୃତ୍ତ

NEWS7
ctc

କଟକ ୦୬।୦୯ : ଆଉ ଦିନ କେଇଟା ପରେ କଟକରେ ପ୍ରସିଦ୍ଧ ଦୁର୍ଗାପୂଜା ଅନୁଷ୍ଠିତ ହେବ । ଏହାପୂର୍ବରୁ କମିଶନରେଟ୍‌ ପୋଲିସ ଓ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା ନେଇ ଘନ ଘନ ବୈଠକ ବସୁଛି । ହେଲେ ପୂଜା ପୂର୍ବରୁ କଟକ ସହରରେ ଘଟିଛି ଅଭାବନୀୟ ଘଟଣା ।

କଟକ ବାଦାମବାଡ଼ି ଛକରେ ଘଟିଛି ଅଘଟଣ । ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ମରଣାନ୍ତକ ଭାବେ ଆକ୍ରମଣ ହୋଇଛି । ଏପିରିକି ରାସ୍ତା ଉପରେ ଯୁବକଙ୍କ ଗୋଡ଼ ହାଣି ଛିଣ୍ଡାଇ ଦେଇଛନ୍ତି ଦୁର୍ବୃତ୍ତ । ଯାହାଫଳରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିରହିଛନ୍ତି । ଗୁରୁତର ଯୁବକ ଜଣଙ୍କ ଫୁଲ ବ୍ୟବସାୟ କରୁଥିବା ବେଳେ ତାଙ୍କ ନାମ ରାଜେଶ କୁମାର ପ୍ରଧାନ ବୋଲି ଜଣାପଡିଛି । ସାମାନ୍ୟ ବଚସାରୁ ଏପରି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।