LIVE TV

ଫୁଲତୋଳାକୁ ନେଇ ମହିଳାଙ୍କୁ ମାଡ଼, ତଳେ ପକାଇ ନିର୍ଘାତ ପିଟିଲେ ଦୁର୍ବୃତ୍ତ

NEWS7
mancheswar

ଭୁବନେଶ୍ୱର ୨୯।୦୯ : ଫୁଲତୋଳାକୁ ନେଇ ମହିଳାଙ୍କୁ ନିର୍ଘାତ ମାଡ଼ । ରାସ୍ତା ଉପରେ ବିଧା-ଗୋଇଠା ମାରି ତଳେ ପକାଇଦେଲେ ଦୁର୍ବୃତ୍ତ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଜିଜିପି କଲୋନୀରେ ଘଟିଛି ଅଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଜିଜିପି କଲୋନୀରେ ଫୁଲ ତୋଳାକୁ ନେଇ ଘଟିଛି ଅଭାବନୀୟ ଘଟଣା । କିଛି ଦୁର୍ବୃତ୍ତ ପାର୍ବତୀ ପ୍ରଧାନ ନାମକ ଜଣେ ମହିଳାଙ୍କୁ ତଳେ ପକାଇ ମାଡ଼ ମାରିଛନ୍ତି । ଏପିରିକି ଗୋଇଠା ଏବଂ ବିଧା ମାରୁଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି । କ୍ୟାମେରାରେ କଏଦ ହୋଇଥିବା ଚିତ୍ର ଅନୁସାରେ ମହିଳାଙ୍କ ସହିତ କିଛି ଲୋକଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ମହିଳାଙ୍କୁ ତଳେ ପକାଇ ନିର୍ଘାତ ପିଟିଥିଲେ । ଯେଉଁଥିରେ ମହିଳା ଜଣଙ୍କ ଗୁରୁତର ହୋଇଥିବା ଜଣାପଡିଛି ।

ସେପଟେ ଘଟଣାକୁ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ଏହି ଘଟଣାରେ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।