କଟକ: ରାଜ ଯୋଗ ଦ୍ୱାରା କ୍ରୀଡା କ୍ଷେତ୍ର ରେ କ୍ରୀଡାବିତ୍ ମାନେ କିଭଳି ସକରାତ୍ମକ ମନୋଭାବ ସୃଷ୍ଟି କରି ପାରିବେ ସେନେଇ କଟକ ଝାଞ୍ଜିର ମଙ୍ଗଳା ସ୍ଥିତ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କ୍ରିକେଟ୍ ଏକାଡେମୀ ଓ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ର କ୍ରୀଡା ଶାଖା ମିଳିତ ସହଯୋଗ ରେ ରାଜ ଯୋଗ କରାଯାଇଥିଲା।
ଏଥିରେ ବିଭିନ୍ନ ବର୍ଗର ଶତାଧିକ କ୍ରିକେଟ ଖେଳାଳି ମାନେ ଉପସ୍ଥିତ ଥିଲେ। ଖେଳ ସମୟରେ ନିଜର ଲକ୍ଷ୍ୟ ଓ ଧର୍ଯ୍ୟ ରକ୍ଷା କରିବା ପାଇଁ ଅନେକ ନୀତି ବାଣୀ ଓ ରାଜ ଯୋଗ ଶିକ୍ଷା ଦିଆଯାଇଥିଲା। ପିଲା ମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ସଫଳତା ପାଇଁ ଏହି ରାଜ ଯୋଗ ବେଶ୍ ସହାୟ ହେବ ବୋଲି କହିଛନ୍ତି କଟକ କଟକ ସବ୍ ଜୋନ ସହ ନିର୍ଦ୍ଦେଶିକା ବ୍ରହ୍ମ କୁମାରୀ ସୁଲୋଚନା।ସେହିଭଳି ଏହି କ କାର୍ଯ୍ୟକ୍ରମ ଦ୍ବାରା ଖେଳାଳି ମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ବେଶ୍ ସହାୟ ହେବ ବୋଲି କହିଛନ୍ତି ଓ ସି ଏ ର ସି ଇ ଓ ସୁବ୍ରତ କୁମାର ବେହେରା।