ବ୍ଲକ୍ ସମ୍ମୁଖରେ ବିଜେଡି ଓ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ ଘଟଣା : ନିନ୍ଦା କଲା ଆଠଗଡ଼ ବିଜେଡି

Published By : Prameya-News7 Bureau | June 26, 2025 IST

ଆଠଗଡ଼ ୨୬।୬: ଆଠଗଡ଼ ବ୍ଲକ୍ ସମ୍ମୁଖରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇ ପୋଲିସ କର୍ମଚାରୀ ଆହତ ଘଟଣାକୁ ନିନ୍ଦା କରିଛି ଆଠଗଡ଼ ବିଜେଡି । ଆଠଗଡ଼ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଠଗଡ଼ ବିଜେଡି ପକ୍ଷରୁ ସମଗ୍ର ଘଟଣାକୁ ନିନ୍ଦା କରାଯିବା ସହିତ ସମସ୍ତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଗିରଫ ମାନଙ୍କ ମଧ୍ୟରେ ୩୪ ଜଣ ନିରୀହ ବିଜେଡି କର୍ମୀ ଥିବା ବେଳେ ସରକାରୀ ଦଳର ଏଭଳି ଆଚରଣ ଯୋଗୁଁ ସେମାନେ ପ୍ରଭାବିତ ହୋଇଛନ୍ତି । ଆଠଗଡରେ ଦିନକୁ ଦିନ ଅରାଜକତା ବଢୁଥିବା ଏବଂ ବିକାଶ କାର୍ଯ୍ୟରେ ଶାସକ ଦଳର ନେତା ଓ କର୍ମୀ ବାଧକ ସାଜୁଛନ୍ତି ବୋଲି ବିଜେଡି କହିଛନ୍ତି । ତେଣୁ ଆଗାମୀ ଦିନରେ ଏହା ବିରୋଧରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି । 

You Can Read:

ଆଠଗଡ଼ ବ୍ଲକ୍ ସମ୍ମୁଖରେ ଖଣ୍ଡଯୁଦ୍ଧ ଘଟଣା : ୫୯ ଜଣ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.