ସିଓଲ,୨୭/୦୩: ଦକ୍ଷିଣ କୋରିଆର ଆନ୍ଡୋଙ୍ଗରେ ଥିବା ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି । ଏହି ନିଆଁ ପ୍ରାୟ ୩୭,୦୬୫ ଏକରକୁ ମାଡ଼ିଛି । ନିଆଁ ଜନବସତି ଆଡ଼କୁ ମାଡ଼ି ଆସିଥିବାବେଳେ ଅନେକ ଘର ଜଳିଯାଇଛି । ବନାଗ୍ନି ଯୋଗୁ ଅଦ୍ୟାବଧି ୨୪ ଜଣଙ୍କ ମୃତ୍ୟୁ ଘଟିଲାଣି । ୧୯ ଜଣ ଆହତ ହୋଇଛନ୍ତି ।
୨୭ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ନିଆଁରେ ଉଇସେଓଙ୍ଗ ଜିଲ୍ଲାରେ ଥିବା ହଜାର ବର୍ଷ ପୁରୁଣା ଏକ ବୌଦ୍ଧ ମନ୍ଦିର ଗାଉଁସା ଜଳି ନଷ୍ଟ ହୋଇଯାଇଛି । ଏଥିସହ ଜାତୀୟ ଐତିହ୍ୟରେ ସାମିଲ ହୋଇଥିବା ଜୋସେନ ବଂଶର ଏକ ବୌଦ୍ଧ ବାସ୍ତୁକଳା ସରଞ୍ଚନା ମଧ୍ୟ ନଷ୍ଟ ହୋଇଯାଇଛି ।
ମନ୍ଦିରରେ ଥିବା ଭିକ୍ଷୁକ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ନିଆଁ ଲିଭାଇବା ପାଇଁ ସେନା ମୁତୟନ କରାଯାଇଛି । କୋରିଆରେ ଥିବା ଆମେରିକା ସେନା ମଧ୍ୟ ନିଆଁ ଲିଭାଇବାରେ ସହାୟତା କରିବାକୁ ଅଫର କରିଛି । ଏହା ଦେଶ ଇତିହାସର ସବୁଠୁ ଭୟଙ୍କର ଜଙ୍ଗଲ ନିଆଁ ବୋଲି କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ୍ ଡକ୍-ସୋ କହିଛନ୍ତି ।