ଭୁବନେଶ୍ୱର ୦୫।୦୫ : ପୁରୀର ବିକଳ୍ପ ହୋଇପାରିବନି ଦୀଘା । ଜଗନ୍ନାଥ ମନ୍ଦିର ବିଭିନ୍ନ ସ୍ଥାନରେ ନିର୍ମାଣ ହେବାର କିଛି ସମସ୍ୟା ନାହିଁ । କିନ୍ତୁ ଜଗନ୍ନାଥ ଧାମ ଲେଖାଯିବା ଗ୍ରହଣୀୟ ନୁହେଁ । ଜଗନ୍ନାଥ ଧାମ ଲେଖାଯିବା ଅନୁଚିତ ବୋଲି କହିଛନ୍ତି ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ଦିର ହେବାରେ କିଛି ଅସୁବିଧା ନାହିଁ, ହେଲେ ଧାମକୁ ନେଇ ବିବାଦ ରହିଛି । ପୁରୀରେ ପର୍ଯ୍ୟଟକଙ୍କ ସହ ଏହାର କିଛି ସଂପର୍କ ନାହିଁ । ପୁରୀ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଜନ୍ମ ସ୍ଥାନ, ଲୀଳା ଖେଳାର ଜାଗା । ତେଣୁ ପୁରୀର ବିକଳ୍ପ ନାହିଁ । ଏହାବ୍ୟତୀତ ପଶ୍ଚିମବଙ୍ଗରେ ପୁରୀ ବୟକଟ କଥା ମୁଁ ଶୁଣିଛି, ହେଲେ ଏକା କେବେ ସମ୍ଭବ ହେବ ନାହିଁ । ଜଗନ୍ନାଥ ପ୍ରେମୀ ଓ ଭକ୍ତମାନଙ୍କୁ ପୁରୀ ଆସିବା ନେଇ କେହି ରୋକିପାରିବେ ନାହିଁ । ବ୍ୟକ୍ତିଗତ ଭାବେ ମୁଁ ଏହାକୁ ଦୃଢ ବିରୋଧ କରୁଛି ।