Rajyasbha cross voting: ଚତୁର୍ଥ ଆସନ ନେଇ ଛକାପଞ୍ଝା, ୫ ବିଧାୟକ କରିଦେଲେ କ୍ରସ୍‌ ଭୋଟିଂ

NEWS7
asteroid-move-past-earth-today-it-will-travelling-massive-speed-of-94208-kilometres-per-hour

ଭୁବନେଶ୍ୱର ୧୬/୦୩: ଆଉ କିଛି ସମୟର ଅପେକ୍ଷା । କିଏ ହେବେ ଓଡ଼ିଶାର ସ୍ୱର । ରୋଚକ ମୋଡ଼ରେ ରାଜ୍ୟସଭା ରାଜନୀତି । ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶା ବିଧାନସଭାରେ ଭୋଟିଂ ଚାଲିଛି । ତେବେ ରେଜଲ୍ଟ ପୂର୍ବରୁ ହେଲେ ୫ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ଅଭିଯୋଗ ହୋଇଛି । ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି ।

ସେମାନେ ହେଲେ କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋଶ ଓ ରମେଶ ଜେନା । ସେହିଭଳି ବିଜେଡିରୁ ସୌଭିକ ବିଶ୍ୱାଳ ଓ ଚକ୍ରଧର କହଁର କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି । କହିବାକୁ ଗଲେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଫୋନ୍ ଉଠାଉନଥିଲେ । ନିଖୋଜ ହୋଇଯାଇଥିଲେ । ତେବେ ଆଜି ହଠାତ ସେ ବିଧାନସଭାରେ ପହଞ୍ଚି ମତଦାନ କରିଥିଲେ । ମତଦାନ ପରେ ଗଣମାଧ୍ୟମକୁ କହିଥିଲେ କି ସେ ଦଳ ନିର୍ଦ୍ଦେଶରେ ଭୋଟ ଦେଇଛନ୍ତି ।

ଏମିତି ବିଧାୟକ ସପ୍ତଗିରି ଉଲ୍ଲାକା ବି ଦମ୍ଭୋକ୍ତି ଦେଖାଇ କହିଥିଲେ କି ଦାଶରଥୀ ଦଳୀୟ ନିର୍ଦ୍ଦେଶ ମାନିବେ, ନିଶ୍ଚୟ ଦଳ ସମର୍ଥୀତ ପ୍ରାର୍ଥୀଙ୍କୁ ଭୋଟ ଦେବେ । ହେଲେ ଏବେ ଚର୍ଚ୍ଚା ହେଉଛି କି, ସେ କ୍ରସ୍ ଭୋଟିଂ କରିଛନ୍ତି । ସେହିଭଳି ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ମଧ୍ୟ କ୍ରସ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି, ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି କିଛିଦିନ ତଳେ ଦଳରୁ ନିଲମ୍ବନ କରିଥିଲେ ।

ଅନ୍ୟପଟେ କଟକ ବାରବାଟୀ ବିଧାୟିକା ବି କ୍ରସ ଭୋଟିଂ କରିଥିବା ଅଭିଯୋଗ ହୋଇଛି । କାରଣ ତାଙ୍କ ବାପା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ୁଛନ୍ତି । ତାଙ୍କ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସରେ ହୋଇଥିବା ବିଭିନ୍ନ ବୈଠକରେ ଅନୁପସ୍ଥିତ ରହିଥିଲେ । ଆଜି ଭୋଟ ଦେବା ପରେ ସେ ଗଣମାଧ୍ୟମ ଠାରୁ ଦୂରେଇ ଚାଲିଯାଇଥିଲେ ।

also read...

Rajyasabha election: ଉପାସନାଙ୍କ ଭୋଟ୍‌କୁ ନେଇ ହାଇ ଭୋଲଟେଜ୍ ଡ୍ରାମା