'ଗମ୍ଭୀର ଜଣେ କୋଚ୍, ନିଜକୁ ସିଇଓ ଭାବିବା ବନ୍ଦ କରନ୍ତୁ'- ଭୋଗଲେ

NEWS7
assistant-executive-engineer-in-the-clutches-of-vigilance

ନୂଆଦିଲ୍ଲୀ, ୧୬/୧୨:ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ହେଲା ପରେ ଗୌତମ ଗମ୍ଭୀରଙ୍କ ପିଛା ଛାଡୁନି ବିବାଦ । ଅନେକ ପ୍ରସଙ୍ଗରେ ସେ ଟାର୍ଗେଟରେ ରହୁଛନ୍ତି । ତାଙ୍କ ଅଧିନରେ ଭାରତ ଚାମ୍ପିଅନ୍ସ ଟ୍ରଫି ଏବଂ ଏସିଆ କପ୍ ଚାମ୍ପିଅନ୍ ହୋଇଛି । ତଥାପି ସମସ୍ତ କ୍ରେଡିଟ୍ ପୂର୍ବତନ କୋଚ୍ ରାହୁଲ ଡ୍ରାବିଡଙ୍କୁ ଦିଆଯାଇଥିଲା ।

ଅନ୍ୟ ଦିଗରେ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜରେ କ୍ଲିନ୍ ସ୍ୱିପ୍ ହୋଇଛି ଭାରତ । କେହି କେହି ସେ ଟିମ୍ ଇଣ୍ଡିଆକୁ ନିଜ ଅଧିନରେ ରଖିବାକୁ ଚାହୁଁଥିବା କହୁଛନ୍ତି । ଆଉ କେହି କେହି ଗମ୍ଭୀରଙ୍କୁ ଏକଛତ୍ରବାଦୀ ବୋଲି କହିଲେଣି । ଏବେ ବରିଷ୍ଠ କ୍ରିକେଟ୍ ଭାଷ୍ୟକାର ହର୍ଷା ଭୋଗଲେ ଗମ୍ଭୀରଙ୍କ କାର୍ଯ୍ୟକୁ ନେଇ କଟାକ୍ଷ କରିଛନ୍ତି ।

ହର୍ଷା କହିଛନ୍ତି ଯେ, ଗମ୍ଭୀର ନିଜକୁ ସିଇଓ ନଭାବିବା ଦରକାର । ସେ କେବଳ ଜଣେ ପରାମର୍ଶଦାତା ଭାବେ କାମ କରିବା ଉଚିତ୍ । ଦଳର ଅଧିନାୟକ ହେଉଛନ୍ତି ସିଇଓ । କୋଚ୍ ଦଳକୁ ନିଜେ ପରିଚାଳନା କରିବାଠୁ ଦୂରରେ ରହିଲେ ଭଲ ହେବ ।

ସେ ଆହୁରି କହିଛନ୍ତି ଯେ, ଆଜିକାଲି ଟି20ର କ୍ରେଜ୍ ବଢୁଛି । ଅନେକ ସ୍ଥାନରେଫ୍ରାଞ୍ଚାଇଜି କ୍ରିକେଟ୍ ଖେଳ ହେଉଛି । କ୍ରିକେଟରମାନେ ଭଲ ଖେଳୁଛନ୍ତି । କିନ୍ତୁ କୋଚଙ୍କ ପାଇଁ ମ୍ୟାଚର ଦୁଇ ଦିନ ପୂର୍ବରୁ ସେମାନଙ୍କୁ ଦଳରୁ ବାହାର କରିଦିଆଯାଇଛି । ଏସବୁ ଉପରେ କ୍ୟାପ୍ଟେନ୍ ହିଁ ରୋକ୍ ଲଗାଇପାରିବେ । କୋଚଙ୍କ ମନମାନୀ ସଦାବେଳେ ଚାଲିବ ନାହିଁ ।

ସେ ଆହୁରି କହିଛନ୍ତି ଯେ, କ୍ୟାପ୍ଟେନ୍ ଥାଇ ମଧ୍ୟ ଗମ୍ଭୀର ବ୍ୟାଟିଂ ଅର୍ଡର ବଦଳାଉଛନ୍ତି । ଏହା ଠିକକି ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ନିକଟରେ ଗୌତମ ଗମ୍ଭୀର ଫ୍ଲୋଟିଂ ବ୍ୟାଟିଂ ଅର୍ଡର ବା ଅର୍ଡରରେ ନିୟମିତ ପରିବର୍ତ୍ତନ ବାବଦରେ କହିଥିଲେ । ଏହା ଦଳକୁ ସବୁ ପରିସ୍ଥିତିରେ ଲଢିବାକୁ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ । ଏବି ଡିଭିଲର୍ସ ମଧ୍ୟ ଗମ୍ଭୀରଙ୍କୁ ସମର୍ଥନ କରିଥିଲେ ବି ଅତ୍ୟଧିକ ପରିବର୍ତ୍ତନ ଦଳର କ୍ଷତି କରିଥାଏ ବୋଲି ସେ କହିଥିଲେ ।