ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟିରେ ଯିବେ ସବୁ ଓଏଏସ ଅଧକାରୀ

Published By : Prameya-News7 Bureau | June 30, 2025 IST

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଓଏଏସ ସଂଘର ବଡ଼ ନିଷ୍ପତ୍ତି । ସମୂହ ଛୁଟିରେ ଯିବେ ସମସ୍ତ ଓଏଏସ ଅଧକାରୀ। ଏନେଇ ସୋମବାର ସନ୍ଧ୍ୟାରେ ବସିଥିବା ବୈଠକରେ ନିଷ୍ପତ୍ତି ନେଇଛି ସଂଘ।

ସୂଚନାଥାଉକି, ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରଚ୍ଛଦ ପଟରେ ଥିବା ସମସ୍ତ ଆକ୍ରମଣକାରୀମାନଙ୍କୁ ଗିରଫ ପାଇଁ ଦାବି କରିଥିଲା ଓଏଏସ ସଂଘ। ଏହା ସହ ଯଦି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନହୁଏ ତେବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ହେବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। 

ଆହୁରି ମଧ୍ୟ ବୈଠକରେ ସଂଘର ସଭାପତି ଜ୍ୟୋତି ରଞ୍ଜନ ମିଶ୍ର କହିଥିଲେ ଅଧିକାରୀମାନେ ଜନ ସାଧାରଣଙ୍କ ପାଇଁ କାମ କରୁଛନ୍ତି। ସମାଜ ପାଇଁ କାର୍ଯ୍ୟ କରୁଛନ୍ତି । ସର୍ବଦା ସରକାରଙ୍କ ଆଭିମୁଖ୍ୟ ଅନୁସାରେ କାମ କରିଛନ୍ତି। ହେଲେ ଏଭଳି ଘଟଣା ଖୁବ୍ ନିନ୍ଦନୀୟ। ଆଗାମୀ ଦିନରେ ଯଦି ଏଭଳି ଘଟିବ ତାହେଲେ ସମାଜ ପ୍ରତି କଣ ରହିବ ?  ବିଏମସି ଭଳି ଅତ୍ୟାଧୁନିକ ଅଫିସରେ ଏମିତି ଘଟଣା ସାଙ୍ଘାତିକ। 

ଏହା ସହ ସେ ସରକାରଙ୍କ ନିକଟରେ ତିନିଟି ଦାବି କରିଥିଲେ। ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ, ଯେଉଁମାନେ କରାଇଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ସୁରକ୍ଷା ପାଇଁ ଦାବି କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.