ଡବଲ୍ ସେଞ୍ଚୁରୀରେ ଭାରତ ଆଗରେ : ଏବେସୁଦ୍ଧା ୪୭ ଥର ୨୦୦ ଟପିଛି ସ୍କୋର୍ ବୋର୍ଡ, ପଛରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ

NEWS7
aska-fest-2019-started-in-aska

ନୂଆଦିଲ୍ଲୀ, ୧୩|୦୨: ଟି୨୦ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଦୁଇଟି ମୁକାବିଲାରେ ଦଳ ବଡ ବିଜୟ ହାସଲ କରିଛି । ଆମେରିକା ବିପକ୍ଷ ମୁକାବିଲା ସହ ନାମିବ୍ୟାକୁ ମଧ୍ୟ ଭାରତ ପରାସ୍ତ କରିଛି । ଏହାପରେ ରବିବାର ସୂର୍ଯ୍ୟ ସେନା ପାକିସ୍ତାନକୁ ଭେଟିବ ।

ନାମିବ୍ୟା ବିପକ୍ଷରେ ଭାରତ ୨୦୯ ରନର ବିଶାଳ ସ୍କୋର କରିଥିଲା । ଏଥିରେ ମୁଖ୍ୟ ଭୂମିକା ନେଇଥିଲେ ଇଶାନ କିଷାନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । ଇଶାନ ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ୨୦ ବଲରେ ଅର୍ଦ୍ଧଶତକ ଲଗାଇଥିଲେ । ସେହିପରି ପାଣ୍ଡ୍ୟା ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୨୮ ବଲରୁ ୫୨ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

ମ୍ୟାଚ୍ ଖୁବ୍ ରେମାଞ୍ଚକର ଥିଲା । ପ୍ରଥମେ ଭାରତ ୩୦୦ରୁ ଅଧିକ ସ୍କୋର କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଦଳ ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇଥିଲା । ତଥାପି ୨୨୦ ରନ୍ ସହଜରେ ହେବ ବୋଲି ସମସ୍ତେ ଭାବୁଥିଲେ । କିନ୍ତୁ ୨୦୯ ରନ୍ ହିଁ ସ୍କୋର୍ ହୋଇପାରିଥିଲା ଟିମ୍।

ଏହି ଇନିଂସ ସହ ଭାରତ ଅନ୍ତର୍ଜାତୀୟ ଟି୨୦ରେ ୪୭ ଥର ୨୦୦ରୁ ଅଧିକ ରନ୍ କରିବାରେ ସକ୍ଷମ ହୋଇଛି । କୌଣସି ଦଳ ଏତେ ଥର ୨୦୦ ପ୍ଲସ୍ ସ୍କୋର କରିବାରେ ପ୍ରଥମ । ଭାରତ ପଛରେ ଦକ୍ଷିଣ ଆଫ୍ରିକା ରହିଛି । ଆଫ୍ରିକା ୨୯ ଥର ୨୦୦ରୁ ଅଧିକ ସ୍କୋର କରିଛି । ସେହିପରି ନ୍ୟୁଜିଲାଣ୍ଡ ୨୮ ଏବଂ ଅଷ୍ଟ୍ରେଲିଆ ଏବଂ ଓ୍ୱେଷ୍ଟ ଇଣ୍ଡିଜ ୨୫ ଥର ଲେଖାଏଁ ୨୦୦ ଟପିଛନ୍ତି ।

ଏହି ଖବରଟି ପଢନ୍ତୁ... ଅହମ୍ମଦାବାଦ ପ୍ଲେନ୍ କ୍ରାଶ୍ : ମାମଲା ଆଗକୁ ନ ବଢାଇବାକୁ ୨୦ ଲକ୍ଷ ଯାଚିଥିଲା ଏୟାର ଇଣ୍ଡିଆ ! ଇଂଲଣ୍ଡ ଖବରକାଗଜର ବଡ ଦାବି

୨୦୨୪ ଟି୨୦ ବିଶ୍ୱକପ୍ ପରଠୁ ଦଳ ମୋଟ୍ ୧୪ ଥର ଡବଲ ସେଞ୍ଚୁରି କରିଛି । ଯେଉଁଥିରୁ ଭାରତର ବ୍ୟାଟିଂ ଗଭୀରତା ଜଣା ପଡୁଛି । ତେବେ ଟି୨୦ ବିଶ୍ୱକପରେ ଭାରତର ସର୍ବାଧିକ ସ୍କୋର ହେଉଛି ୨୧୮ । ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଭାରତ ଏହି ସ୍କୋର କରିଥିଲା । ଏହାପରେ ୨୦୨୧ରେ ଆଫଗାନିସ୍ତାନ ବିପକ୍ଷରେ ୨୧୦, ୨୦୨୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୫ ଏବଂ ଏବେ ନାମିବ୍ୟା ବିପକ୍ଷରେ ଦଳ ୨୦୯ ରନ୍ କରିବାରେ ସକ୍ଷମ ହୋଇଛି ।