ନୂଆଦିଲ୍ଲୀ ୧୨/୦୮: ଚର୍ଚ୍ଚାରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର । ପରମାଣୁ ଆଟାକ୍ ନେଇ ବୟାନ ଦେବା ପରେ ଚାରିଆଡୁ ଉଠିଛି ବିରୋଧାଭାସ । ଖାସ୍ କରି ଆମେରିକା ପକ୍ଷରୁ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା । ମୁହଁ ଖୋଲିଛନ୍ତି ପୂର୍ବତନ ଆମେରିକା ପେଣ୍ଟାଗନ ଅଧିକାରୀ ମାଇକେଲ ରୁବିନ୍ । ସେ କହିଛନ୍ତି ଯେ ଆମେରିକୀୟ ମାଟିରେ ପାକିସ୍ତାନର ଧମକ କୌଣସି ମତେ ଗ୍ରହଣୀୟ ନୁହେଁ।
ସେ କହିଛନ୍ତି ଯେ ଏହା ଅନେକ ଲୋକଙ୍କ ମନରେ ପ୍ରଶ୍ନ । ଯେ ପାକିସ୍ତାନ ଏବେ ଏକ "ଦାୟିତ୍ୱପୂର୍ଣ୍ଣ ଦେଶ" ଭାବେ ଯୋଗ୍ୟ କି ନା ଏହାର ଜଣାଇବାର ସମୟ ଆସିଛି । ଏହାସହ ସେ ମୁନୀରଙ୍କ ବୟାନକୁ ଓସାମା ବିନ୍ ଲାଡେନଙ୍କ ବୟାନ ସହିତ ତୁଳନା କରିଛନ୍ତି।
ମାଇକେଲ ରୁବିନ୍ କହିଛନ୍ତି, "ଅସିମ ମୁନୀରଙ୍କ ବୟାନ ଆମକୁ ଓସାମା ବିନ୍ ଲାଡେନଙ୍କ କଥା ମନେ ପକାଇଦିଏ । "ପ୍ରମୁଖ ଅଣ-ନାଟୋ ସହଯୋଗୀ" ର ସ୍ଥିତି ବନ୍ଦ କରାଯିବା ଉଚିତ। ଏହାକୁ ଆତଙ୍କବାଦର ରାଷ୍ଟ୍ର ପ୍ରୟୋଜକଙ୍କ ତାଲିକାରେ ରଖାଯିବା ଉଚିତ।
ଆମେରିକୀୟ ଜେନେରାଲଙ୍କ ଉପରେ ବି ପ୍ରଶ୍ନ:
ରୁବିନ୍ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ ଯେତେବେଳେ ଅସୀମ ମୁନିର ଆମେରିକୀୟ ମାଟିରେ ଏପରି ଧମକ ଦେଇଥିଲେ । ସେତେବେଳେ ଆମେରିକୀୟ ଜେନେରାଲମାନେ ତାଙ୍କ ସହ କୌଣସି ବୈଠକ ଛାଡି କାହିଁକି ବାହାରି ନଥିଲେ? ସେ ଏହାକୁ ଏକ ଗମ୍ଭୀର ପ୍ରସଙ୍ଗ ବୋଲି କହିଛନ୍ତି । କହିଛନ୍ତି ଯେ ଯେଉଁ ଆମେରିକୀୟ ଜେନେରାଲମାନେ ଏପରି କରି ନାହାଁନ୍ତି ସେମାନେ ଇସ୍ତଫା ଦେବା ଉଚିତ।
ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି:
ମାଇକେଲ୍ ରୁବିନ୍ ଦାବି କରିଛନ୍ତି ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ସ୍ପଷ୍ଟୀକରଣ ଦେଇ କ୍ଷମା ମାଗି ନାହିଁ । ସେପର୍ଯ୍ୟନ୍ତ ଅସୀମ ମୁନୀର ଓ ଅନ୍ୟ କୌଣସି ପାକିସ୍ତାନୀ ଅଧିକାରୀଙ୍କୁ ଆମେରିକାରେ "ପର୍ସୋନା ନନ୍ ଗ୍ରାଟା" (ଅବାଞ୍ଛିତ ବ୍ୟକ୍ତି) ଘୋଷଣା କରାଯାଉ । ଏମିତିକି ସେମାନଙ୍କୁ ଆମେରିକୀୟ ଭିସା ନ ମିଳିବା ଉଚିତ।