ଶୀତର ପ୍ରକୋପରେ ଥରୁଛି ଉତ୍ତରାଖଣ୍ଡ ; ଜନଜୀବନ ଅସ୍ତବ୍ୟସ୍ତ, ବରଫ ପାଲଟିଲା ପାଣି

NEWS7
asian-games-2023-highlights-india-won-9-medals-on-the-10th-day

ନୂଆଦିଲ୍ଲୀ ୧୧।୦୧:ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଜାଡ଼ରେ ଲୋକେ ଥରୁଛନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଉତ୍ତର ଭାରତରେ ଶୀତର ପ୍ରକୋପ ସର୍ବାଧିକ ରହିଛି । ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାସ୍ଥିତ ମୁନସ୍ୟାରୀରେ ରାତି ତାପମାତ୍ରା ମାଇନସ୍ ୧୯ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । ଶନିବାର ସକାଳେ ଛିଡ଼କାନୀରେ ଝରଣା ପାଣି ବରଫ ପାଲଟି ଯାଇଛି । ଚମୋଲୀ, ଉତ୍ତରକାଶୀ, ରୁଦ୍ରପ୍ରୟାଗରେ ପାଇପ୍ଲାଇନ୍ରେ ପାଣି ଜମାଟ ବାନ୍ଧିଯାଇଛି । ଫଳର ଜଳଯୋଗାଣ ପ୍ରଭାବିତ ହୋଇଛି ।

ରାଜସ୍ଥାନର ୧୩ଟି ଜିଲ୍ଲାରେ ଘନ କୁହୁଡ଼ି ଓ ଶୀତ ଲହରି ଜାରି ରହିଛି । କାଲୁଆ ପବନ ଯୋଗୁ ଥଣ୍ଡା ଆହୁରି ବଢ଼ିଛି । ବିହାରର ୩୨ ଜିଲ୍ଲାରେ ଘନ କୁହୁଡ଼ି ଛାଇଯାଇଥିଲା । ଆସନ୍ତା ସପ୍ତାହକ ପାଇଁ ଏଥିରୁ ତ୍ରାହି ମିଳିବାର ସମ୍ଭାବନା ନାହିଁ । ଉତ୍ତରପ୍ରଦେଶର ୩୦ ସହରରେ ଘନ କୁହୁଡ଼ି ହୋଇଥିଲା । ଗୋରଖପୁର, ଲକ୍ଷେ୍ନø ଓ ବାରାଣସୀ ସମେତ ତମାମ ଷ୍ଟେସନରେ ୫୦ରୁ ଅଧିକ ଟ୍ରେନ ଚଳାଚଳ ବିଳମ୍ବ ହୋଇଛି । ବିମାନ ଚଳାଚଳ ବି ପ୍ରଭାବିତ ହୋଇଛି ।

ରାଜଧାନୀ ଦିଲ୍ଲୀରେ ଥଣ୍ଡା ୧୫ ବର୍ଷର ରେକର୍ଡ ଭାଙ୍ଗିଛି । ଶନିବାର ଏଠାରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀକୁ ଖସିଆସିଛି । ଶୁକ୍ରବାର ଏହା ୪.୬ ଡିଗ୍ରୀ ରେକର୍ଡ ହୋଇଥିଲା । ୨୦୧୧ ପରଠାରୁ ସର୍ବନିମ୍ନ ତାପମାତ୍ରା ଏତେ କମ୍ ହୋଇ ନ ଥିଲା ।