ଏସିଆନ୍ ଆଥଲେଟିକ୍ସ ୨୦୨୫: ଜ୍ୟୋତି ୟାରାଜି ରଚିଲେ ଇତିହାସ, ୩୬ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲେ ଅବିନାଶ ସାବଲେ

Published By : Prameya-News7 Bureau | May 30, 2025 IST

ନୂଆଦିଲ୍ଲୀ 30।05:  ଏସୀୟ କ୍ରୀଡାର ସ୍ୱର୍ଣ୍ଣ ପଦକ ବିଜେତା ଅଭିନାଶ ସାବଲେ ଇତିହାସ ରଚି ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି । ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନଶିପରେ ୩୦୦୦ମିଟର ପୁରୁଷ ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । 8:20.92 ସେକେଣ୍ଡରେ ସେ ଏହି କୀର୍ତ୍ତିମାନ ସ୍ଥାପନ କରିବା ଦକ୍ଷିଣ କୋରିଆର ଗୁମିରେ ପୋଡିୟମ୍ ଟପ୍ କରିଛନ୍ତି ।

୧୯୮୯ରେ ଦିନା ରାମଙ୍କ ପରେ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନଶିପରେ ୩୦୦୦ ମିଟର ଷ୍ଟିପଲଚେଜ ଜିତିବାରେ ପ୍ରଥମ ଭାରତୀୟ ପୁରୁଷ ହୋଇଛନ୍ତି । ୨୦୧୯ରେ ଦୋହାରେ ରୌପ୍ୟ ଜିତିବା ପରେ ଅଭିନାଶଙ୍କ ଏହା ହେଉଛି ତାଙ୍କର ଦ୍ୱିତୀୟ ପଦକ । ଅନ୍ତର୍ଜାତୀୟ ଟ୍ରାକ୍ ଏବଂ ଫିଲ୍ଡ ପର୍ଯ୍ୟାୟରେ ଭାରତର ସବୁଠାରୁ ସ୍ଥିର ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଜଣେ । 

ସେହିପରି ଭାରତ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଜ୍ୟୋତି ୟାରାଜି   । ସେ ୧୦୦ମିଟର ହର୍ଡଲ୍ସ ଦୌଡ଼କୁ ୧୨.୯୬ ସେକେଣ୍ଡରେ ଶେଷ କରି ନିଜ ଟାଇଟଲ ବଜାୟ ରଖିଛନ୍ତି । ଏସୀୟ କ୍ରୀଡାର ରୌପ୍ୟ ପଦକ ବିଜେତା ଜ୍ୟୋତି ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ରେକର୍ଡ ସହିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । 

ତେବେ ଜ୍ୟୋତି ନିଜର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ୧୨.୭୮ ସେକେଣ୍ଡରୁ ସାମାନ୍ୟ ପଛରେ ରହିଥିଲେ । ଯାହା ୨୦୨୩ରେ ହାସଲ କରିଥିବା ଏକ ଜାତୀୟ ରେକର୍ଡ । ଆଘାତ କାରଣରୁ ୟାରାଜି ବ୍ଲକ୍‌ରୁ ଦ୍ରୁତତମ ନଥିଲେ ଏବଂ ଅଧିକାଂଶ ଦୌଡ଼ରେ ଜାପାନର ତାନାକା ଏବଂ ଚୀନର ବୁ-ଠାକୁଙ୍କ ଠାରୁ ପଛରେ ରହିଥିଲେ । କିନ୍ତୁ ଭାରତୀୟ ତାରକା ଶେଷ ପର୍ଯ୍ୟାୟରେ ନିଜ ସଂଯମତା ବଜାୟ ରଖିଥିଲେ । ନିଜ ପ୍ରତିଦ୍ବନ୍ଦ୍ୱୀଙ୍କ ପଛରେ ପକାଇଥିଲେ ପୋଡିୟମ୍ ଟପ୍ କରିବାରେ ସଫଳ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.