ଅଜବ ରେଷ୍ଟୁରାଣ୍ଟ....ଯେଉଁଠି ଉଡି ଉଡି ୱେଟର ପରଷନ୍ତି ଖାଦ୍ୟ, ଦେଖନ୍ତୁ ଏହି ଭିଡିଓ...

NEWS7
arvind-kejriwals-dig-at-poll-panel-chief-after-being-rebuked-over-yamuna-row

ନୂଆଦିଲ୍ଲୀ ୧୪।୦୧; ବିଶ୍ୱରେ ବିଭିନ୍ନ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଅଛି। ଯେଉଁମାନେ ସେମାନଙ୍କର ଅନନ୍ୟ ଥିମ୍ ପାଇଁ ପ୍ରସିଦ୍ଧ। କେତେକ ଭିତର ସାଜସଜ୍ଜା ଦ୍ୱାରା ତ ଆଉ କେତେକ ମଝି ଆକାଶରେ ଝୁଲି ରହୁଥିବା ପରି । ଏପରି ଅନେକ ରେଷ୍ଟୁରାଣ୍ଟରେ ପ୍ରାୟତଃ ଲୋକଙ୍କ ଭିଡ ଜମିଥାଏ। କିନ୍ତୁ ଆପଣ କେବେ ଏପରି ରେଷ୍ଟୁରାଣ୍ଟ ଦେଖିଛନ୍ତି କି ଯେଉଁଠାରେ ୱେଟରମାନେ ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ପାଇଁ ଆକାଶରେ ଉଡ଼ି ଉଡି ଯାଆନ୍ତି? ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ, ଜଣେ ୱେଟରଙ୍କୁ ଜିପଲାଇନ୍ ମାଧ୍ୟମରେ ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଥିବାର ଦେଖିବାକୁ ମିଳୁଛି।

ଭିଡିଓରେ, ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ଗୋଟିଏ ହାତରେ ଖାଦ୍ୟ ନେଇ ଅନ୍ୟ ହାତରେ ଜିପଲାଇନ୍ ତାର ଧରି ଯାଉଛନ୍ତି। କିଛି ସମୟ ପରେ, ସେ ଖାଦ୍ୟ ସର୍ଭ କରିବା ପରେ ଫେରି ଆସୁଛନ୍ତି। ଆପଣ ହୁଏତ ଏପରି ଅନନ୍ୟ ରେଷ୍ଟୁରାଣ୍ଟ କେବେ ଦେଖି ନାହାଁନ୍ତି କିମ୍ବା ଶୁଣି ନାହାଁନ୍ତି। ଜିପଲାଇନ୍ ସାଧାରଣତଃ ପାର୍କରେ ବ୍ୟବହୃତ ହୁଏ, ଯେଉଁଠାରେ ଲୋକମାନେ ଆଡଭେଞ୍ଚର ପାଇଁ ଯାଆନ୍ତି, କିନ୍ତୁ ରେଷ୍ଟୁରାଣ୍ଟରେ ଏହାର ବ୍ୟବହାର ବିରଳ।

ଦାବି କରାଯାଉଛି ଯେ ବ୍ୟାଙ୍କକର ଏହି ରୟାଲ ଡ୍ରାଗନ ରେଷ୍ଟୁରାଣ୍ଟ ଥରେ ବିଶ୍ୱର ସର୍ବବୃହତ ରେଷ୍ଟୁରାଣ୍ଟ ଥିଲା, ଯାହା ଏକାଥରେ ୫୦୦୦ ରୁ ଅଧିକ ଲୋକଙ୍କୁ ସେବା ଯୋଗାଇ ଗିନିଜ୍ ୱାର୍ଲ୍ଡ ରେକର୍ଡ ହାସଲ କରିଥିଲା। ଏହା ଥାଇ, ଚାଇନିଜ୍, ଜାପାନୀ ଏବଂ ପାଶ୍ଚାତ୍ୟ ଖାଦ୍ୟରେ ୧୦୦୦ ରୁ ଅଧିକ ଖାଦ୍ୟ ପରିବେଷଣ କରେ। ୱେଟରମାନେ ରୋଲର ସ୍କେଟରେ ଥାଆନ୍ତି ତ ଆଉ କେତେ ଜିପ୍ ଲାଇନ ଅଛନ୍ତି। ଏହି ଭିଡିଓକୁ ଆକାଉଣ୍ଟାଣ୍ଟ @Rainmaker1973 ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରାଯାଇଛି। ଯେଉଁଥିରେ କ୍ୟାପସନ ଦିଆଯାଇଛି, "ଏହି ବ୍ୟାଙ୍କକ ରେଷ୍ଟୁରାଣ୍ଟ ଏହାର ଅତିଥିମାନଙ୍କୁ ଖାଦ୍ୟ ପହଞ୍ଚାଇବା ପାଇଁ ଏକ ଜିପ୍ ଲାଇନ ବ୍ୟବହାର କରେ।" ୧୬ ସେକେଣ୍ଡର ଭିଡିଓଟି ୭୦୦,୦୦୦ ରୁ ଅଧିକ ଥର ଦେଖାଯାଇଛି, ୯,୦୦୦ ରୁ ଅଧିକ ଲାଇକ୍ ଏବଂ କେମେଣ୍ଟ ମିଳିଛି ।