୩ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ : ଗିରଫ ହେବେ ଦୁଇ, ଜଣେ ହେବେ ସସ୍‌ପେଣ୍ଡ

Published By : Prameya-News7 Bureau | May 13, 2024 IST

ଭୁବନେଶ୍ବର ୧୩।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଚାଲିଛି ମତଦାନ । ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟରେ ଲୋକସଭା ସହ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଚାଲିଛି ମତଦାନ । ତେବେ ନିର୍ବାଚନ ବେଳେ ୩ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ ଆକ୍ସନ । ଗଞ୍ଜାମ ଜିଲ୍ଲାର ୩ ଜଣ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । 

ଗଞ୍ଜାମ ଜିଲ୍ଲା ଛତ୍ରପୁରର ୨୭ ଓ ୧୬୩ ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ସସ୍‌ପେଣ୍ଡ ଓ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗୋପାଳପୁରର ୧୯୩ ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ସସ୍‌ପେଣ୍ଡ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟରେ ଅବହେଳା ନେଇ ୱେବ କାଷ୍ଟିଂରୁ ମିଳିଥିବା ଭିଜୁଆଲ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୂର୍ବରୁ ୨ ଜଣ ଅଧିକାରୀଙ୍କ ବିରୋଧରେ ସିଇଓ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ମତଦାନ । କଡ଼ା ସୁରକ୍ଷା ଚାଲିଛି ମତଦାନ । ୪ ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟରେ ଚାଲିଛି ମତଦାନ । 

ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡିରେ ହେଉଛି ଭୋଟ୍ ଗ୍ରହଣ । ସେହିପରି କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲାରେ ହେଉଛି ମତଦାନ । ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି, ଚତ୍ରକୋଣ୍ଡାରେ ମତଦାନ । କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ ଚାଲିଛି ମତଦାନ । 

You Can Read :

ପ୍ରଜାମେଳି କରି ଭୋଟ୍ ବର୍ଜନ କଲେ ନକ୍ସଲ ଅଧ୍ୟୁଷିତ ୧୦ଖଣ୍ଡ ଗ୍ରାମବାସୀ

 

  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.