ରାମୁ ଥିଲା ଲିଜେଣ୍ଡାରି-ଆଇକନିକ : ଆଗକୁ ଫରେଷ୍ଟ୍ରି ବିଭାଗ ଛାତ୍ରଛାତ୍ରୀ ମାନେ ରାମୁ ଉପରେ କରିବେ ଗବେଷଣା

NEWS7
around-40-killed-in-attack-on-chad-military-base-presidency-says

ଭୁବନେଶ୍ବର ୧୩।୧୨: ରାମୁ ଲିଜେଣ୍ଡାରି ଥିଲା । ରାମୁ ଆଇକନିକ ଥିଲା । ରାମୁ ଉପରେ ଗବେଷଣା ହେବ ବୋଲି ପ୍ରତିକ୍ରିୟା ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ରାମୁ ଜଙ୍ଗଲ ବିଭାଗ ପାଇଁ ଆଇକନିକ ଥିଲା । ଲିଜେଣ୍ଡାରି ଥିଲା । ତାଙ୍କ ପ୍ରତି ଜଙ୍ଗଲ ବିଭାଗର ସମ୍ମାନ ଥିଲା । ଚନ୍ଦକା ଜଙ୍ଗଲର ବରିଷ୍ଠ ସଦସ୍ୟ ଥିଲା ରାମୁ । ଆଗକୁ ଫରେଷ୍ଟ୍ରି ବିଭାଗ ଛାତ୍ରଛାତ୍ରୀ ମାନେ ରାମୁ ଉପରେ ଗବେଷଣା କରିବେ । ଏତେ ବର୍ଷ ଧରି ଗୋଟିଏ ସ୍ଥାନରେ କେମିତି ବଞ୍ଚିଲା ଜାଣିବାକୁ ପାଇବେ । ଏତେ ବର୍ଷ ଧରି ଚନ୍ଦକା ଅଭୟାରଣ୍ୟରେ ରହିବା ବହୁତ ବଡ ଘଟଣା ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି । ରାମୁ କଙ୍କାଳ ମ୍ୟୁଜିୟମକୁ ଆସିବା ବଡ ଘଟଣା ବୋଲି ମନ୍ତ୍ରୀ କହିଛନ୍ତି ।

ଗୋଡ଼ିବାରୀରେ ରହିବ ଦନ୍ତାହାତୀ ରାମୁର କଙ୍କାଳ । ଏକ୍ସପର୍ଟ ଟିମ୍ ସହାୟତାରେ ଭରତପୁର ଜଙ୍ଗଲରେ ପୋତା ଯାଇଥିବା ରାମୁର କଙ୍କାଳ ଉଦ୍ଧାର କରାଯାଇଛି । ରାମୁ କଙ୍କାଳକୁ ସଂରକ୍ଷଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ହାତୀ ବିଶେଷଜ୍ଞ ଡାକ୍ତର ଶିବ ପ୍ରସାଦ ପରିଡ଼ାଙ୍କ ନେତୃତ୍ବରେ ୨୪ ଜଣିଆ ଟିମ୍ ରାମୁର କଙ୍କାଳକୁ ବାହାର କରିଛନ୍ତି । ଏହି ଟିମରେ ଡାକ୍ତର ଶିବ ପ୍ରସାଦଙ୍କ ସହ ଏମ୍ସ ହସ୍ପିଟାଲର ଫୋରେନସିକ୍ ଏକ୍ସପର୍ଟ ଡାକ୍ତର ସୁଦୀପ୍ତ ରଞ୍ଜନ ସିଂ, ସ୍ନେକ ହେଲ୍ପ ଲାଇନ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ ଓ ତାଙ୍କ ଟିମ୍ ସହ ଭରତପୁର ରେଞ୍ଜର ଓ ବନ ଅଧିକାରୀ ଉପସ୍ଥିତ ଥିଲେ । ସକାଳ ୯ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୭ ଘଣ୍ଟାରୁ ଅଧିକ ସମୟ ଧରି ହାତୀର ବିଭିନ୍ନ ଅଂଶକୁ ଉଦ୍ଧାର କରିଥିଲେ ଏହି ଟିମ୍ । ହାତୀର ମୁଣ୍ଡ, ପଞ୍ଜୁରୀ ହାଡ଼, ଗୋଡ଼କୁ ପ୍ରଥମେ ବାହାର କରାଯାଇଥିଲା । ପରେ ହାତୀର କଙ୍କାଳ ବାହାର କରି ଏହାକୁ ସଂରକ୍ଷିତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କଙ୍କାଳକୁ ପ୍ରଥମେ ସଫେଇ କରାଯିବ ଓ ଏହାପରେ କେମିକାଲ୍ ଟ୍ରିଟମେଣ୍ଟ କରାଯାଇ ହାତୀର ସବୁ ଅଙ୍ଗକୁ ଏକାଠି କରିବେ ବେଶେଷଜ୍ଞ ।

ରାମୁ ଚନ୍ଦକା ଅଭୟାରଣ୍ୟରର ହୋଇଥିବାରୁ ତାର କଙ୍କାଳକୁ କୌଣସି ମ୍ୟୁଜିୟମରେ ନରଖି ଗୋଡ଼ିବାରୀରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଆଜି ହାତୀ ରାମୁର କଙ୍କାଳ ଉଦ୍ଧାର ପ୍ରକ୍ରିୟା ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । କାରଣ ଜଙ୍ଗଲୀ ହାତୀ ରାମୁ ଜଙ୍ଗଲ ପାଖରେ ରହୁଥିବା ସ୍ଥାନୀୟବସିନ୍ଦା ହୁଅନ୍ତୁ କିମ୍ବା ଚନ୍ଦକା ଡମପଡା ରେଞ୍ଜ ବନ ଅଧିକାରୀ ଓ କର୍ମଚାରୀ ସମସ୍ତଙ୍କ ପ୍ରିୟ ଥିଲା । ସମସ୍ତଙ୍କ ବୋଲ ମଧ୍ୟ ମାନୁଥିଲା । ରାମୁ ହାତୀ ସଂପର୍କରେ ପ୍ରତିକ୍ରିୟା ରଖି ଜଙ୍ଗଲ ମନ୍ତ୍ରୀ କହିଛନ୍ତି ରାମୁ ଜଙ୍ଗଲ ବିଭାଗ ପାଇଁ ଆଇକନ୍ ଥିଲା । ତାପ୍ରତି ଜଙ୍ଗଲ ବିଭାଗର ସମ୍ମାନ ଥିଲା । ଆଗକୁ ଜଙ୍ଗଲ ବିଭାଗ ଛାତ୍ରଛାତ୍ରୀ ମାନେ ରାମୁ ଉପରେ ଗବେଷଣା କରିବେ । ରାମୁ କଙ୍କାଳ ମ୍ୟୁଜିୟମକୁ ଆସିବା ନିଶ୍ଚିତ ବଡ଼ ଘଟଣା ।

ଗତ ବର୍ଷ ଅଗଷ୍ଟ ୧୯ରେ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା । ଏହାପରେ ତାକୁ ଏହିଠାରେ ପୋତି ଦିଆଯାଇଥିଲା । ଶଙ୍କର ହାତୀ କଙ୍କାଳ ସଂରକ୍ଷଣ ପରେ ରାମୁର କଙ୍କାଳ ସଂରକ୍ଷଣ ପାଇଁ ଯୋଜନା କରିଛି ବନ ବିଭାଗ । ହାତୀ ଶଙ୍କରର କଙ୍କାଳ ରେଜିଓନାଲ ମ୍ୟୁଜିୟମ ଅଫ ନାଚୁରାଲ ହିଷ୍ଟ୍ରିରେ ରହିଥିବା ବେଳେ ରାମୁର କଙ୍କାଳ ତାର ପସନ୍ଦିଆ ଜାଗା ଗୋଡିବାରୀରେ ରଖାଯିବ ।