ନୂଆଦିଲ୍ଲୀ: ବିମାନର ବୋର୍ଡିଂ ଗେଟରେ ସ୍ପାଇସଜେଟର ୪ କର୍ମଚାରୀଙ୍କୁ ପିଟିଲେ ଜଣେ ଯାତ୍ରୀ। ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା SG-386 ଏହି ଆକ୍ରମଣ ଶ୍ରୀନଗର ବିମାନବନ୍ଦରରେ ଏହି ଘଟଣା ଘଟିଛି। ଏନେଇ ଅଭିଯୋଗ କରିଛି ସ୍ପାଇସଜେଟର ଜଣେ ମୁଖପାତ୍ର। ଅଭିଯୋଗ ଅନୁସାରେ ଯାତ୍ରୀ ସ୍ପାଇସଜେଟର କର୍ମଚାରୀଙ୍କୁ ଗୋଇଠା ଏବଂ ମୁଠା ସାହାଯ୍ୟରେ ଆକ୍ରମଣ କରିଥିଲେ। ଫଳରେ ଆମର କର୍ମଚାରୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା ଏବଂ ସେମାନଙ୍କ ପାଟିରେ ଗମ୍ଭୀର ଆଘାତ ଲାଗିଥିଲା।
ସେ କହିଛନ୍ତି ଯେ ସ୍ପାଇସଜେଟର ଜଣେ କର୍ମଚାରୀ ତଳେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଚେତାଶୂନ୍ୟ ହେବା ସତ୍ତ୍ୱେ ଯାତ୍ରୀ ଜଣକ ସେହି କର୍ମଚାରୀଙ୍କୁ ଗୋଇଠା ଏବଂ ମୁଠା ମାରି ଚାଲିଥିଲେ। ଚେତାଶୂନ୍ୟ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଯାଇ ଆଉ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ତାଙ୍କ ନାକ ଏବଂ ପାଟିରୁ ରକ୍ତ ବାହାରିଥିଲା। ଆହତ କର୍ମଚାରୀମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। କର୍ମଚାରୀମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଯେଉଁ ଯାତ୍ରୀ ଆକ୍ରମଣ କରିଥିଲେ ସେ ଜଣେ ବରିଷ୍ଠ ସାମରିକ ଅଧିକାରୀ ଥିଲେ। ମୁଖପାତ୍ର କହିଛନ୍ତି ଯେ ଯାତ୍ରୀ ଦୁଇଟି କ୍ୟାବିନ୍ ବ୍ୟାଗ୍ ଧରି ଆସୁଥିଲେ ଯାହାର ମୋଟ ଓଜନ ୧୬ କିଲୋଗ୍ରାମ ଥିଲା। କିନ୍ତୁ ୭ କେଜିର ଓଜନ ପର୍ଯ୍ୟନ୍ତ ନେବାର ଅନୁମତି ରହିଛି। କିନ୍ତୁ ଯାତ୍ରୀ ଆଣିଥିବା ବ୍ୟାଗ ଦୁଇଗୁଣରୁ ଅଧିକ।
ସେ କହିଛନ୍ତି ଯେ ଯେତେବେଳେ ଯାତ୍ରୀଙ୍କୁ ଅତିରିକ୍ତ ଲଗେଜ ଉପରେ ପ୍ରଯୁଜ୍ୟ ଶୁଳ୍କ ଦେବାକୁ କୁହାଗଲା, ସେ ମନା କରିଦେଲେ ଏବଂ ବୋର୍ଡିଂ ପ୍ରକ୍ରିୟା ସମାପ୍ତ ନକରି ଜୋରଜବରଦସ୍ତ ଏରୋବ୍ରିଜରେ ପ୍ରବେଶ କରି ବିମାନ ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଂଘନ କଲେ। ତାଙ୍କୁ ଜଣେ ସୁରକ୍ଷା କର୍ମୀ ଗେଟ୍ ପାଖକୁ ଫେରାଇ ଆଣିଲେ। ଅଧିକାରୀ କହିଛନ୍ତି ଯେ ଗେଟ୍ ପାଖରେ ଯାତ୍ରୀଙ୍କ ଆଚରଣ ଆହୁରି ଆକ୍ରମଣାତ୍ମକ ହୋଇଗଲା ଏବଂ ସେ ସ୍ପାଇସ୍ ଜେଟ୍ ଗ୍ରାଉଣ୍ଡ ଷ୍ଟାଫ୍ର ଚାରି ଜଣ ସଦସ୍ୟଙ୍କୁ ଆକ୍ରମଣ କଲେ।
A SpiceJet spokesperson says, "A passenger grievously assaulted four SpiceJet employees at the boarding gate of flight SG-386 from Srinagar to Delhi on July 26, 2025. Our staff members suffered a spinal fracture and serious jaw injuries after being attacked with punches, repeated…
— ANI (@ANI) August 3, 2025
ସ୍ଥାନୀୟ ପୋଲିସରେ ଏକ ଏଫଆଇଆର ଦାୟର କରାଯାଇଛି। ବିମାନ କମ୍ପାନୀ ଏବେ ବେସାମରିକ ବିମାନ ଚଳାଚଳ ନିୟମ ଅନୁଯାୟୀ ଯାତ୍ରୀଙ୍କୁ ନୋ-ଫ୍ଲାଏ ତାଲିକାରେ ରଖିବା ପ୍ରକ୍ରିୟା ଆରମ୍ଭ କରିଛି। ଏହା ପରେ, ଯାତ୍ରୀ ଆଉ ବିମାନରେ ଯାତ୍ରା କରିପାରିବେ ନାହିଁ। ଅଧିକାରୀ କହିଛନ୍ତି ଯେ ସ୍ପାଇସଜେଟ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ତାର କର୍ମଚାରୀଙ୍କ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣ ବିଷୟରେ ଅବଗତ କରିଛି।
ସେ ଯାତ୍ରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ବିମାନ କମ୍ପାନୀ ବିମାନବନ୍ଦରରୁ ଏହି ଘଟଣାର ସିସିଟିଭି ଭିଡିଓ ଉଠାଇ ପୋଲିସକୁ ହସ୍ତାନ୍ତର କରିଛି, ଯାହା ଦ୍ଵାରା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।