ନୂଆଦିଲ୍ଲୀ ୨୭।୦୪: ‘ଆହ୍ଲା ଆମ ସହିତ ଅଛନ୍ତି’.. ତୁମର ଧର୍ମ ତୁମକୁ ବଞ୍ଚାଇପାରିବନି । ହିନ୍ଦୁଙ୍କୁ ମାର.. ମୁସଲିମ୍ଙ୍କୁ ସମ୍ମାନ ଦିଅ । ପହଲଗାମ୍ରେ ଆତଙ୍କୀ ହମ୍ଲାକୁ କିଛି ଦିନ ବିତିଥିବା ବେଳେ ଭାରତର ଏକ ନସିଂ କଲେଜ୍ ଓ୍ୱେବ୍ସାଇଟ୍କୁ ହ୍ୟାକ୍ କରି ଏପରି ଲେଖିଛନ୍ତି ପାକିସ୍ତାନୀ ହ୍ୟାକର ।
ମଙ୍ଗଳବାର ମାନେ ଏପ୍ରିଲ୍ ୨୨ ତାରିଖ ଦିନ ଜାମ୍ମୁ-କାଶ୍ମୀରର ପହଲଗାମ୍ରେ ଆତଙ୍କୀ ହମ୍ଲା ହୋଇଥିଲା । ଯେଉଁଥିରେ ପ୍ରଥମେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ଦୁଇ ଜଣ ପର୍ଯ୍ୟଟଙ୍କର ମୃତ୍ୟୁ ହୋଇଥିଲା । ମୋଟ ଏହି ଆତଙ୍କୀ ଘଟଣାରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିରୁ ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ରହିଥିଲେ । ତେବେ ଆତଙ୍କୀ ଘଟଣାକୁ ଦୁଇ ଦିନ ବିତିନଥିବା ବେଳେ ପାକିସ୍ତାନର ଆଉ ଏକ ଚେହେରା ସାମ୍ନାକୁ ଆସୁଛି । ପାକିସ୍ତାନରେ ବସିଥିବା କିଛି ହ୍ୟାକର ଭାରତର ଏକ ଆର୍ମି ନର୍ସିଂ କଲେଜର ଓ୍ୱେବସାଇଟ୍କୁ ହ୍ୟାକ୍ କରିଛନ୍ତି । ଯେଉଁଥିରେ ଟିମ୍ ଇନ୍ସାନ୍ ପିକେ ଲେଖାହୋଇଛି । ଏହାସହିତ ହ୍ୟାକରମାନେ ଉର୍ଦ୍ଦୁ ଶବ୍ଧରେ କିଛି ଲେଖିଥିଲେ.. ଯାହାର ଅନୁବାଦ କରି ତଳେ ଇଂରାଜୀରେ ମଧ୍ୟ ଲେଖିଥିଲେ ଯେ, ଆପଣମାନେ ହ୍ୟାକ୍ ହୋଇଯାଇଛନ୍ତି । ଆମେ ମୁସଲମାନ୍… ତୁମେ ହିନ୍ଦୁ । ଆହ୍ଲା ଆମ ସହିତ ସବୁବେଳେ ଅଛନ୍ତି । ତେଣୁ ତୁମକୁ ତୁମ ଧର୍ମ ବଞ୍ଚାଇପାରିବନି । ଏପିରିକି ତୁମ ମୃତ୍ୟୁର କାରଣ ତୁମର ଧର୍ମ ହିଁ ହେବ । ଆମେ ବହୁତ ଶକ୍ତିଶାଳୀ ଏବଂ ସର୍ବଶକ୍ତିମାନ । ଏହି ଲେଖା ତଳେ ଦୁଇଟି ଫଟୋ ମଧ୍ୟ ପୋଷ୍ଟ କରାଯାଇଛି । ଗୋଟିଏ ପଟେ ପହଲଗାମ୍ ଆକ୍ରମଣରେ ଜଣେ ପୀଡିତା ନିଜ ସଂପର୍କୀୟଙ୍କ ମୃତଦେହ ପାଖରେ ବସିଥିବା ବେଳେ ଆଉ ଗୋଟିଏ ପଟେ ନିହତ ଆତଙ୍କୀ ବୁରହାନ୍ ଓ୍ୱାନୀର ଫଟୋ ରହିଛି ।