ନୂଆଦିଲ୍ଲୀ ୨୩/୦୪: ଜମ୍ମୁ କାଶ୍ମୀରର ପହଲଗାମ ପରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା ଉରି । କିନ୍ତୁ ଭାରତୀୟ ଯବାନ ଆତଙ୍କବାଦୀଙ୍କ ଏହି ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି । ବୁଧବାର ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଆତଙ୍କବାଦୀଙ୍କୁ ମାରି ଗଡାଇଛନ୍ତି ସେନା । ଏହି ଆତଙ୍କବାଦୀମାନଙ୍କଠାରୁ ଦୁଇଟି AK47 ରାଇଫଲ୍ ଓ IED ଜବତ କରାଯାଇଛି।
ମଙ୍ଗଳବାର ଦିନ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ NIA ଟିମ୍ ଜମ୍ମୁ କାଶ୍ମୀରରେ ପହଞ୍ଚିଛି । ସେନା ମଧ୍ୟ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ସୂଚନା ଦେଇ ସୁରକ୍ଷା ବାହିନୀ କହିଛନ୍ତି ଯେ ବାରମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଦଳ ଆତଙ୍କବାଦୀଙ୍କଠାରୁ ୨ଟି AK ସିରିଜ୍ ରାଇଫଲ୍ ଏବଂ ଗୋଟିଏ IED ବୋମା ଜବତ କରିଛି।
ଏ ବିଷୟରେ ସୂଚନା ଦେଇ ସେନାର ଚିନାର କୋର୍ପସ କହିଛି ଯେ ବୁଧବାର ଦିନ ୨ରୁ ୩ ଜଣ ଆତଙ୍କବାଦୀ ବାରାମୂଳାର ଉରି ନାଲାର ସାଧାରଣ ଅଞ୍ଚଳରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ତା'ପରେ ନିୟନ୍ତ୍ରଣ ରେଖାରେ ଥିବା ସତର୍କ ଟିପିଏସ୍ ସେମାନଙ୍କୁ ଅଟକାଇ ଥିଲା । ଏହା ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଦଳ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ।
କହି ରଖୁଛୁ ଯେ ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ ଯେଉଁମାନେ ଏଠାକୁ ଛୁଟି କାଟିବାକୁ ଆସିଥିଲେ।