ସକାଳ ୯ଟାରୁ ଶ୍ରୀଜିଉଙ୍କ ପହଣ୍ଡି, ୨୮ରୁ ପୁଣି ରତ୍ନଭଣ୍ଡାର ମରାମତି- ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Published By : Prameya-News7 Bureau | June 26, 2025 IST

ପୁରୀ ୨୬।୦୬ : ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ବେଶ୍‌ ସୁରୁଖୁରରେ ଚାଲିଛି ମହାପ୍ରଭୁଙ୍କ ଦର୍ଶନ । ସଠିକ୍‌ ସମୟରେ ଠାକୁରଙ୍କର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଭୋରୁ ଭୋରୁ ପ୍ରବଳ ବର୍ଷା ହେଉଥିଲେ, ହେଲେ ମହାପ୍ରଭୁଙ୍କ କୃପାରୁ ବର୍ଷା ବନ୍ଦ ହୋଇଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟର ୪୫ ମିନିଟ ପୂର୍ବରୁ ଦର୍ଶନ ଆରମ୍ଭ ହୋଇଥିଲା। ଗୁରୁବାର ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ରଥ ତ୍ରୟ ଶ୍ରୀମନ୍ଦିର ନିକଟକୁ ଆସିବେ। ସଠିକ ସମୟରେ ସେବାୟତ ମାନେ ଠାକୁରଙ୍କ ସମସ୍ତ ନୀତିକାନ୍ତି କରୁଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । 


ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ଦିନ ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ଠିକ ସମୟରେ କରାଯିବ। ୯ ଟା ରୁ ୯ ଟା ୩୦ ମଧ୍ୟରେ ପହଣ୍ଡି ଅନୁଷ୍ଠିତ ହେବ। ସମ୍ପୃକ୍ତ ସେବାୟତ ସଠିକ୍‌ ସମୟରେ ପହଣ୍ଡିରେ ଉପସ୍ଥିତ ରହିବେ l ଠିକ ସମୟରେ ଠିକ୍ ନୀତିକାନ୍ତି ହେବ ।ରଥଯାତ୍ରା ଅବସରରେ ଜମ୍ମୁ କାଶ୍ମୀର ଉପ ମୁଖ୍ୟମନ୍ତ୍ରୀ  ଏବଂ ଓଡିଶା ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଯୋଗ ଦେବେ ।

ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ଆଲୋଚନା ହୋଇଛି। ଏଏସଆଇ ଅଧିକାରୀଙ୍କ ସହ ବୈଠକ ହୋଇଥିଲା। ଭିତର ରତ୍ନଭଣ୍ଡାର କାର୍ଯ୍ୟ ପ୍ରାୟତଃ ସରିଛି। ବାହାର ରତ୍ନଭଣ୍ଡାର ର ପ୍ରାୟ ୯୦ଟି ପଥର ବଦଳା ଯିବ। ୨୮ ତାରିଖରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ମରାମତି କାର୍ଯ୍ୟ ପାଇଁ ଏଏସଆଇ ସମ୍ପୂର୍ଣ ପ୍ରସ୍ତୁତ ଅଛି। ସ୍ୱଳ୍ପ ଅବଧି ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ ରଖାଯାଇଛି। ବାହାର ରତ୍ନଭଣ୍ଡାରର କବାଟରେ ବର୍ମାଟିକ କାଠ ଲଗାଯାଇ ରୁପା ଛାଉଣୀ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। 

  • prameyanews7
  • Ratha Yatra 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.