ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୋକ

NEWS7
apurva-makhija-apologizes-in-youtube-video

ଭୁବନେଶ୍ୱର ୨୬।୦୨ : ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ। କଟକ ଚୌଦ୍ବାରସ୍ତିତ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ । ପାରମ୍ପରିକ ଘୋଡ଼ାନାଚ ଉଜ୍ଜୀବିତ ରଖିବାରେ ତାଙ୍କର ବିଶିଷ୍ଟ ଅବଦାନ ରହିଛି ।

ସେପଟେ ପଦ୍ମଶ୍ରୀ ଉଛବ ଚରଣ ଦାସ ପରଲୋକ ଖବର ଶୁଣି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଓଡ଼ିଶାର ପାରମ୍ପରିକ ଲୋକକଳାକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।