ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପୂର୍ବରୁ ଅନେକ ନିୟମ ପରିବର୍ତ୍ତନନ ହୋଇଛି। ବିସିସିଆଇ ବଲ୍ରେ ଲାଳ ଲଗାଯିବା ଉପରେ ଲାଗିଥିବା କଟକଣା ହଟାଇ ଦେଇଛି। ଏହା ସହିତ ଆଉ କିଛି ନିୟମରେ ପରିବର୍ତ୍ତନ କରାଯାଇଛି। ସ୍ଲୋ ଓଭର ରେଟ୍ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁସାରେ ଏବେ ସ୍ଲୋ ଓଭର ରେଟ୍ କାରଣରୁ କୌଣସି ବି ଅଧିନାୟକଙ୍କ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ। ଏହା ବଦଳରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଅନ୍ୟ ବିକଳ୍ପ କରାଯିବ। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚ୍ କଟକଣା ଲାଗି ସାରିଛି।
ଗତ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଅନେକ ମ୍ୟାଚ୍ରେ ସ୍ଲୋ ଓଭର ରେଟ୍ ବୋଲିଂ କରିଥିଲା। ଫଳରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ କରା୍ଯାଇଛି। ଫଳସ୍ଵରୂପ ଆଇପିଏଲ୍ ୨୦୨୫ର ପ୍ରଥମ ମ୍ୟାଚ୍ ଖେଳି ପାରିବେନି ପାଣ୍ଡ୍ୟା। କିନ୍ତୁ ଏବେ କୌଣସି ଅଧିନାୟକଙ୍କ ଉପରେ ବାସନ୍ଦାଦେଶ ଲାଗୁ ହେବ ନାହିଁ। ଏବେ କୌଣସି ଅଧିନାୟକଙ୍କ ଉପରେ ମ୍ୟାଚ୍ କଟକଣା ପରିବର୍ତ୍ତେ ଖାତାରେ ଡିମେରିଟ୍ ଯୋଡ଼ ଦିଆଯିବ।
ଡିମେରିଟ୍ ପଏଣ୍ଟକୁ ନେଇ ମଧ୍ୟ ନିୟମ ତିଆରି କରାଯାଇଛି। ଯଦି ଲେବଲ ୧ର ଅପରାଧ ହୋଇଥିବତେବେ ଅଧିନାୟକଙ୍କ ଉପରେ ଡିମେରିଟ୍ ପଏଣ୍ଟ ସହ ୨୫ରୁ ୭୫ ପ୍ରତିଶତ ଯାଏଁ ମ୍ୟାଚ୍ ଫି କଟାଯିବ। ଯଦି ଲେବଲ ୨ର ଅପରାଧ ହୁଏ ତେବେ ୪ ଡିମେରିଟ୍ ପଏଣ୍ଟ ଯୋଡ଼ି ଦିଆଯିବ। ଅଧିନାୟକଙ୍କୁ ୪ ଡିମେରିଟ୍ ପଏଣ୍ଟ ମିଳିଲେ ୧୦୦ ପ୍ରତିଶତ ମ୍ୟାଚ୍ ଫି କଟିବ।