କେନ୍ଦ୍ରାପଡ଼ା ୧୨।୦୮: କେନ୍ଦ୍ରାପଡ଼ାରେ ପୁଣି ଚାଞ୍ଚଲ୍ୟ । କିଛି ଦିନ ତଳେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଛାତ୍ରୀ ଆତ୍ମାହୁତି ଘଟଣା ଘଟିଥିବା ବେଳେ ରାଜନଗର ଅଞ୍ଚଳରୁ ଆସିଛି ଆଉ ଏକ ସଙ୍ଗୀନ ମାମଲା । ଯେଉଁଠି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ରାକ୍ଷୀ ପୂର୍ଣ୍ଣିମାରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜନଗର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ।
ରାକ୍ଷୀ ପୂର୍ଣ୍ଣିମା । ଓଡ଼ିଆ ପରମ୍ପରରେ ଏହି ପର୍ବର ବହୁତ ମହତ୍ୱ । ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଯେଉଁଠି ଜଣେ ନାବାଳିକାଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଜଣ ଯୁବକଙ୍କ ସହ ମୋଟ ୫ ଜଣଙ୍କୁ ରାଜନଗର ପୋଲିସ ଉଠାଇ ଥିବା ସୂଚନା ମିଳିଛି ।