୧୬ ବର୍ଷ ପରେ ଆଉ ଜଣେ ଅଭିଯୁକ୍ତ ଗିରଫ, ହତ୍ୟା ମାମଲାରେ ଥିଲେ ଫେରାର

Published By : Prameya-News7 Bureau | August 06, 2025 IST

ଆଠଗଡ଼ ୦୬।୦୮ : ୧୬ ବର୍ଷ ପରେ ଅଭିଯୁକ୍ତ ଗିରଫ । ୨୦୦୯ରେ କେନ୍ଦ୍ରାପଡ଼ାରେ ଘଟିଥିବା ଏକ ହତ୍ୟା ମାମଲାରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୁଲେମାନର ଜଣେ ସହଯୋଗୀ ଶ୍ରୀନିବାସ ଦାସକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘ ୧୬ ବର୍ଷ ହେଲା ଶ୍ରୀନିବାସ ଫେରାର୍ ଥିଲା। 

ଖବର ଅନୁଯାୟୀ, ୨୦୦୯ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ  ଘଟିଥିବା ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ  ଶ୍ରୀନିବାସ ଫେରାର ଥିଲା । କେନ୍ଦ୍ରାପଡ଼ା  ଜିଲ୍ଲା ପୁଲିସ ପକ୍ଷରୁ ଆଠଗଡ଼ ଥାନାକୁ  ଅବଗତ କରାଯାଇଥିଲା । ଆଠଗଡ଼ ପୁଲିସ ଢେଙ୍କାନାଳ ପୁଲିସ ସହାୟତାରେ ଶ୍ରୀନିବାସକୁ ଢେଙ୍କାନାଳ ବାଲିମି ଥାନା ଅଞ୍ଚଳରୁ ଗିରଫ କରିଥିବା ଜଣାପଡିଛି । ଶ୍ରୀନିବାସ ବିରୋଧରେ ଆଠଗଡ଼ ଥାନାରେ ଏକାଧିକ ମାମଲା ରହିଛି। ସେ ଆଠଗଡ଼ ଥାନା ଅନ୍ତର୍ଗତ ବଡ଼ଭୂଇଁ  ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.