ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୮ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

NEWS7
ananya-panday-dances-on-saat-samundar-paar-song-with-father-chunky

ଭୁବନେଶ୍ୱର ୦୯/୦୧: ଶୁକ୍ରବାର ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ତୃତୀୟ ମହଲାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ମିଳିଥିବା ସୂଚନା ଅନୁସାରେ ପଞ୍ଚାୟତିରାଜ ବିଭାଗ, ସାଧାରଣ ପ୍ରଶାସନ, ଅର୍ଥ ଓ ଜଳସମ୍ପଦ ବିଭାଗ ସମେତ ଅନ୍ୟ କେତେକ ବିଭାଗର ପ୍ରସ୍ତାବରେ ମୋହର ବାଜିପାରେ ।