ଲୋକପ୍ରିୟ ଗାୟିକା ବ୍ରିଟନୀ ସ୍ପିୟର୍ସ ଗିରଫ, ନିଶାରେ ଚଲାଉଥିଲେ ଗାଡ଼ି

NEWS7
anant-ambani-visit-puri-and-did-darshan-of-lord-jagannath

ନୂଆଦିଲ୍ଲୀ: ଲୋକପ୍ରିୟ ହଲିଉଡ ଗାୟିକା ବ୍ରିଟନୀ ସ୍ପିୟର୍ସ ଗିରଫ। ବୁଧବାର ରାତିରେ ଭେଣ୍ଟୁରା କାଉଣ୍ଟି ସେରିଫ୍‌, ଗାୟିକା ବ୍ରିଟନୀ ସ୍ପିୟର୍ସଙ୍କୁ ଦକ୍ଷିଣ କାଲିଫର୍ଣ୍ଣିଆରୁ ଗିରଫ କରିଛନ୍ତି। ପରଦିନ ସକାଳେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ଏନେଇ ସେରିଫଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେରିଫଙ୍କ କାର୍ଯ୍ୟାଳୟ ଅନୁଯାୟୀ, ସ୍ପିୟର୍ସଙ୍କୁ ରାତି ପ୍ରାୟ ସାଢ଼େ ୯ଟା ବେଳେ ଭେଣ୍ଟୁରା କାଉଣ୍ଟିରୁ ଗିରଫ କରାଯାଇଥିଲା। ଗୁରୁବାର ଦିନ ତାଙ୍କୁ ମୁକ୍ତ କରାଯାଇଥିଲା। ତାଙ୍କୁ ପୁଣି ମେ ମାସ ୪ ତାରିଖରେ ହାଜର ହେବାକୁ କୁହାଯାଇଛି।

ମିସିସିପିରେ ଜନ୍ମିତ ବ୍ରିଟନି ପିଲାଦିନରୁ ଲୁଇସିଆନାରେ ରହିଆସିଛନ୍ତି। ପିଲାଦିନରୁ ହିଁ ସେ ପପ୍ ଗୀତ ଗାଇବାରେ ଖୁବ୍ ପାରଙ୍ଗମ ହୋଇଥିଲେ। ୯୦ ଏବଂ ବିଂଶ ଶତାବ୍ଦୀରେ ସେ ଜଣେ ଲୋକପ୍ରିୟ ସୁପରଷ୍ଟାର ହୋଇଥିଲେ। ସେ ଡିଜନି ଚ୍ୟାନେଲର ଦି ମିକି ମାଉସ୍ କ୍ଲବରୁ MTV ଏବଂ ତା'ପରେ ମଧ୍ୟ ପ୍ରସିଦ୍ଧି ହାସଲ କରିଥିଲେ। " ବେବି ୱାନ୍ ମୋର୍ ଟାଇମ୍," "ଓପ୍ସ! ... ଆଇ ଡିଡ୍ ଇଟ୍ ଅଗେନ୍" ଏବଂ "ଟକ୍ସିକ" ଭଳି ଡୁଏଟ୍ ପାଇଁ ମଧ୍ୟ ପରିଚିତ।

୨୦୦୦ ଦଶକର ପ୍ରାରମ୍ଭରେ ବ୍ରିଟନି ସ୍ପିୟର୍ସ ଖୁବ୍ ଚର୍ଚ୍ଚାକୁ ଆସିଥିଲେ। ମାନସିକ ରୋଗରେ ପୀଡ଼ିତ ହେବା ସହ, ପାପାରାଜି ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ସମାଲୋଚନା କରିଥିଲେ। ତେବେ ସେ ସମୟରେ ଏହାକୁ ନେଇ ମହିଳା ବିରୋଧୀ ଆନ୍ଦୋଳନ ତେଜିଥିଲା। ଆଉ #FreeBritney ଆନ୍ଦୋଳନର କେନ୍ଦ୍ରବିନ୍ଦୁ ପାଲଟିଥିଲା।