LIVE TV

କେସ ଜିତିଗଲା ମେଟା, ନହେଲେ ବନ୍ଦ ହୋଇଥାନ୍ତା...

NEWS7
anant-ambani-visit-puri-and-did-darshan-of-lord-jagannath

ନୂଆଦିଲ୍ଲୀ, ୧୯|୧୧: ମେଟାକୁ ମିଳିଲା ବଡ ଆଶ୍ବସ୍ତି । ଏକ ମାମଲାରେ ଛନ୍ଦି ହୋଇଥିବା ମେଟା ବା ଫେସବୁକକୁ ଶେଷରେ କୋର୍ଟ ବିଭିନ୍ନ ଅଭିଯୋଗରୁ ମୁକ୍ତ କରିଛନ୍ତି । ଆମେରିକା ଜିଲ୍ଲା ଜଜ୍ ଜେମ୍ସ ବୋସବର୍ଗ ମେଟା ବିରୋଧରେ ଦାଖଲ ହୋଇଥିବା ଅବିଶ୍ୱାସ ସମ୍ବନ୍ଧୀୟ ମାମଲାକୁ ଖାରଜ କରିଛନ୍ତି । ତେବେ ଏହି ମାମଲା ୟୁଏସ ଫେଡେରାଲ ଟ୍ରେଡ୍ କମିଶନଙ୍କ ଦ୍ୱାରା ଦାଖଲ ହୋଇଥିଲା । ଯଦି ମେଟା କେସ ହାରିଥାନ୍ତା ତେବେ ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମ୍ ସହ ସମ୍ପର୍କ ଛିନ୍ନ କରିଥାନ୍ତା କମ୍ପାନୀ । 

ମେଟା ବିରୋଧରେ ଦାଖଲ ହୋଇଥିବା ଅବିଶ୍ୱାସ ମାମଲା କମ୍ପାନୀ ପାଇଁ ବଡ ଚ୍ୟାଲେଞ୍ଜ୍ ଥିଲା । ଅଭିଯୋଗ ଥିଲା ଯେ କମ୍ପାନୀ ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପକୁ କ୍ରୟ କରିଛି । ପ୍ରତିଯୋଗିତାକୁ ଶେଷ କରିବା ପାଇଁ ମେଟା ଏହା କରିଥିଲା । ଫଳରେ କମ୍ପାନୀ ଅନ୍ୟ ସଂସ୍ଥାର ଡାଟାକୁ ବ୍ୟବହାର କରିପାରିବ । ନିଜେ ମାର୍କ ଜୁକରବର୍ଗ ମଧ୍ୟ ପ୍ରତିଯୋଗିତା ବଦଳରେ କମ୍ପାନୀ କିଣିବାକୁ ପସନ୍ଦ କରିବେ ବୋଲି କହିଥିଲେ ।

ମାମଲାର ଶୁଣାଣି ବେଳେ ଜଜ୍ କହିଥିଲେ ଯେ, କମ୍ପାନୀ ଦୀର୍ଘ ବର୍ଷ ହେଲା ସୋସିଆଲ ମିଡିଆରେ ନିଜର ଆଧିପତ୍ୟ ବିସ୍ତାର କରି ଆସିଛି । ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମକୁ କ୍ରୟ କରି କମ୍ପାନୀ କିଛି ଭୁଲ କରିନି । କୌଣସି ଆପ୍ ସହ ଅନ୍ୟ କୌଣସି ଆପର ସମ୍ପର୍କ ନାହିଁ । ନିଜ ନିଜ ପରିସରରେ ସମସ୍ତ ଆପ୍ ସ୍ୱାଧିନ ଭାବେ କାମ କରୁଛନ୍ତି । ତେଣୁ ଏହା କମ୍ପାନୀ ପ୍ରତି ଥିବା ବିଶ୍ୱାସକୁ କ୍ଷତି ପହଁଚାଉ ନାହିଁ । ଗ୍ରାହକଙ୍କୁ ମଧ୍ୟ କୌଣସି ଦ୍ୱନ୍ଦ୍ୱରେ ରଖାଯାଇନି ।

କ'ଣ ଥିଲା ଅଭିଯୋଗ ?

ଫେଡେରାଲ ଟ୍ରେଡ୍ କମିଶନ ଅଭିଯୋଗ କରିଥିଲା ଯେ, ମେଟା ଲଗାତାର ଭାବେ ଅନେକ କମ୍ପାନୀକୁ ଅକ୍ତିଆର କରୁଛି । ଏହାଦ୍ୱାରା ସେ ବଜାରରେ ପ୍ରତିଯୋଗିତାକୁ ଶେଷ କରିଦେଇଛି । ଏକଚାଟିଆ କାରବାର କରୁଛି ମେଟା । ଯାହା ଗ୍ରାହକଙ୍କ ସ୍ବାର୍ଥ ବିରୋଧୀ । ବଡ ବଡ କମ୍ପାନୀମାନେ କ୍ଷୁଦ୍ର ପ୍ରତିଯୋଗୀଙ୍କୁ ଆଗକୁ ବଢିବା ପାଇଁ ଦେଉ ନାହାଁନ୍ତି । ଯାହା ମେଟାର କାର୍ଯ୍ୟପ୍ରଣାଳୀରୁ ସ୍ପଷ୍ଟ ଜଣାପଡେ ।

ସୂଚନାଯୋଗ୍ୟ, ଇନଷ୍ଟାଗ୍ରାମ ହେଉଛି ପ୍ରଥମ କମ୍ପାନୀ ଯାହାକୁ ମେଟା ଅକ୍ତିଆର କରିଥିଲା । କିନ୍ତୁ ଏହାକୁ ବନ୍ଦ କରାଯାଇ ନଥିଲା । ସ୍ବାଧିନ ଭାବେ ଇନଷ୍ଟାଗ୍ରାମ ନିଜ ଆପରେ କାର୍ଯ୍ୟ କରୁଛି । ଅଧିକରୁ ଅଧିକ ଯୁବପୀଢିଙ୍କୁ ଆକୃଷ୍ଟ କରିବାକୁ ମେଟା ଇନଷ୍ଟାର ଅଂଶଧନ କିଣିଥିଲା ବୋଲି କମ୍ପାନୀ କହୁଛି । ଏହାପରେ ହ୍ୱାଟସଆପକୁ ମଧ୍ୟ ମେଟା ନିଜ ମାଲିକାନାକୁ ଆଣିଥିଲା ।