ଖଣ୍ଡଗିରି ଥାନାରେ ଏତଲା, ଅଡୁଆରେ ଯାତ୍ରା ଭିଲେନ୍ କାହ୍ନା

NEWS7
amrita-dated-these-two-stars-before-saif

ଭୁବନେଶ୍ୱର ୦୪।୦୨: ଯାତ୍ରାରେ ବିବାଦୀୟ ଡାଇଲଗ୍ ପାଇଁ ଫସିଥିବା ଖଳନାୟକ କାହ୍ନା ସ୍ୱାଇଁ ଓରଫ କନକଙ୍କ ଅଡୁଆ ବଢିବାରେ ଲାଗିଛି। ପ୍ରଥମେ କାହ୍ନାଙ୍କୁ ଖଣ୍ଡଗିରି ମଞ୍ଚକୁ ଚଢ଼ାଇ ଦେବେନି ବୋଲି କିନ୍ନର ଅଧିକାର କର୍ମୀ ମୀରା ପରିଡ଼ା ଚେତାବନୀ ଦେଇଥିଲେ । ଆଜି ଅଲ ଓଡିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘ ପକ୍ଷରୁ କାହ୍ନାଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି।

ସମାଜସେବୀ ପ୍ରତାପ ସାହୁଙ୍କ କହିବା ଅନୁସାରେ, କିଛିଦିନ ତଳେ କାହ୍ନା ସୁପ୍ରିମକୋର୍ଟ, ନାଲସା ଜଜମେଣ୍ଟ ଓ ପ୍ରୋଟେକ୍ସନ ଅଫ୍ ଟ୍ରାନ୍ସଜେଣ୍ଡର ଆଇନ୍ ବିରୋଧରେ ଯାଇ ଯାତ୍ରାରେ କିନ୍ନର ସମାଜକୁ ଅପମାନ କଲା ଭଳି ସଂଳାପ ପ୍ରୟୋଗ କରିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଏଥିପାଇଁ କାହ୍ନା ଓ ଲେଖକ ଦୀପକ ଜେନାଙ୍କୁ ୨୪ଘଣ୍ଟା ମଧ୍ୟରେ କ୍ଷମା ପ୍ରାର୍ଥନା କରିବାକୁ କିନ୍ନର ସମାଜ ସମୟ ଦେଇଥିଲା । ହେଲେ କାହ୍ନା କ୍ଷମା ନ’ମାଗି ଓଲଟା ସେ ଭୁଲ୍ କରିନାହାନ୍ତି କ୍ଷମା କାହିଁକି ମାଗିବେ ବୋଲି ସଫେଇ ଦେଇଛନ୍ତି । ଯାହାକୁ ନେଇ ଅଲ୍ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘ କ୍ଷୁବ୍ଧ ହୋଇ ଥାନାରେ ଏତଲା ଦେଇଛନ୍ତି ।