ପହଲଗାମ୍ ହମଲାର ୧୯ ଦିନ ପରେ ବିଗ୍‌ ବିଙ୍କ ପ୍ରଥମ ପୋଷ୍ଟ, ଭାରତୀୟ ସେନାଙ୍କୁ କଲେ ପ୍ରଶଂସା

Published By : Prameya-News7 Bureau | May 12, 2025 IST

ମୁମ୍ଵାଇ ୧୨।୦୫; ଅପେରସନ ସିନ୍ଦୂରକୁ ନେଇ ଭାରତୀୟ ସେନାଙ୍କୁ ପ୍ରସଂଶା କରିବା ସହିତ ଜୟ ହିନ୍ଦର ସ୍ଲୋଗାନ ଦେଇଛନ୍ତି ବଲିଉଡର ବିଗ ବି ଅମିତାଭ ବଚ୍ଚନ । ପୂର୍ବରୁ ଏହି ଘଟଣା ସମ୍ବନ୍ଧୀୟ କୌଣସି ପୋଷ୍ଟ ସେ ସେୟାର କରିନଥିଲେ । ହେଲେ ବର୍ତ୍ତମାନ ଏହି ଆକ୍ରମଣକୁ ନେଇ ଏକ କବିତା ଲେଖି Xରେ ପୋଷ୍ଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପହଲଗାମ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା। ଯାହା ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଆକ୍ରମଣରେ ପାକିସ୍ତାନ ୯ ଆତଙ୍କୀ ଶିବିରକୁ ଧ୍ବଂସ କରିବାରେ ସଫଳ ହୋଇଥିଲା ଭାରତ । ଯାହାକୁ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ନେତା, ଅଭିନେତା ପର୍ଯ୍ୟନ୍ତ ସମସ୍ତେ ନିଜେ ନିଜର ପ୍ରତିକ୍ରିୟା ଦେଇଥିଲେ ।

ଏହାରି ମଧ୍ୟରେ ଦଶନ୍ଧି ଧରି ଲୋକଙ୍କ ହୃଦୟରେ ରାଜ କରି ଆସୁଥିବା ଅମିତାଭ ବଚ୍ଚନ ଏହି ବାବଦରେ କୌଣସି ପ୍ରତିକ୍ରିୟା ରଖିନଥିଲେ । ତାଙ୍କର ଏପରି କାର୍ଯ୍ୟକଳାପ ଦେଖି  ପ୍ରଶଂସକମାନଙ୍କୁ ତାଙ୍କୁ ପସନ୍ଦ କରିନଥିଲେ । କିନ୍ତୁ ବିଗ ବି ଅନେକ ଦିନ ଧରି ଟ୍ୱିଟ କରୁଥିଲେ । ଏ ଘଟଣାର ପ୍ରତିକ୍ରିୟା ପାଇଁ ଅମିତାଭଙ୍କ ଟ୍ୱିଟଗୁଡିକୁ ଫ୍ୟାନ୍ସ ନଜର ରଖୁଥିଲେ । ହେଲେ ସେହି ସମ୍ବନ୍ଧୀୟ କୌଣସି ପ୍ରତିକ୍ରିୟା ପାଇପାରୁନଥିଲେ।  ଅମିତାଭଙ୍କର ଏକ ପୋଷ୍ଟ ଏବେ ଭାଇରଲ ହେବାରେ ଲାଗିଛି ।

ତାଙ୍କର ସେହି ପୋଷ୍ଟରେ ପହଲଗାମ ଆକ୍ରମଣଠାରୁ ଆରମ୍ଭ କରି ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ଏକ ସମ୍ପୂର୍ଣ କବିତା ଲେଖିଥିବା ଦେଖିବାକୁ ମିଳିଛି ।  ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଛୁଟି କଟାଇବାକୁ ଯାଇଥିବା ସମୟରେ ରାକ୍ଷସ ସାଜି ସମସ୍ତଙ୍କ ଘର ସଂସାରକୁ ଛାରଖାର୍ କରିଦେଇଥିଲେ । ସ୍ତ୍ରୀମାନଙ୍କ ସ୍ବାମୀଙ୍କୁ ଉଲଗ୍ନ କରି ଗୁଳି ମାଡ କରି ସେମାନଙ୍କୁ ହତ୍ୟା କରିଦେଇଥିଲେ । ଏତିକି ନୁହେଁ ବରଂ ଲୋକଙ୍କ ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରିଥିଲେ ।

ଆହୁରି ମଧ୍ୟ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସ୍ତ୍ରୀମାନେ ତାଙ୍କ ଗୋଡ ତଳେ ପଡି ସେମାନଙ୍କ ସ୍ବାମୀଙ୍କ ଜୀବନ ଭିକ୍ଷା କରିଥିଲେ । ହେଲେ ସେହି ରାକ୍ଷସ ଅନୁରୋଧ ନରଖି ଓଲଟା ନାନା ପ୍ରକାର ଧମକ ଦେଇଥିଲେ । ସ୍ତ୍ରୀମାନେ ତାଙ୍କ ସ୍ବାମୀଙ୍କ ମୃତ୍ୟୁକୁ ସହି ନପାରି ସେମାନଙ୍କୁ ମାରିଦେବକୁ କହିଥଲେ ମଧ୍ୟ ସେମାନେ ତାଙ୍କୁ ନ ମାରି ସ୍ତ୍ରୀ ଲୋକମାନଙ୍କୁ ବିଧବା କରିଦେଇଥିଲେ ।

ଅନ୍ୟପଟେ ଭାରତୀୟ ସେନାଙ୍କ ବୀରତ୍ବର ପ୍ରଶଂସା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଜୟ ହିନ୍ଦ୍,ଜୟ ହିନ୍ଦର ସୈନ୍ୟବାହିନୀ । ତୁମେ କେବେବି ଅଟକିବ ନାହିଁ, ତୁମ୍ଭେ ଆଉ କେବେ ପଛକୁ ଫେରିବ ନାହିଁ, ତୁମେ କେବେ ମୁଣ୍ଡ ନୁଆଁଇବ ନାହିଁ, ବୋଲି ଲେଖି ସେ ତାଙ୍କ ପୋଷ୍ଟ ସେୟାର କରିଛନ୍ତି । ତାଙ୍କର ଏହି ପୋଷ୍ଟ ବର୍ତ୍ତମାନ ଅଧିକ ଭାଇରାଲ ହେବାରେ ଲାଗିଛି ଏବଂ ଏଥିରେ ଅନେକ ପ୍ରତିକ୍ରିୟା ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.