୨୮ରେ ୩ଟି ନିର୍ବାଚନୀ ସଭା କରିବେ ଶାହ, ୨୭ରେ ପୁଣି ଆସିବେ ଆସାମ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 26, 2024 IST

ଭୁବନେଶ୍ବର ୨୬।୫: ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତର ଦିନକ ପୂର୍ବରୁ ଆସୁଛନ୍ତି ଅମିତ ଶାହ । ଆସନ୍ତା ୨୮ ତାରିଖରେ ଅମିତ ଶାହ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ୨୮ ତାରିଖରେ ରାଜ୍ୟରେ ତିନୋଟି ନିର୍ବାଚନୀ ସଭା କରିବେ ଶାହ । ପ୍ରଥମେ ୧୦ଟାରେ ଚାନ୍ଦବାଲି ପରେ କୋରେଇ, ନିମାପଡାରେ ସଭା କରିବେ ଶାହ । 

ସେହିଭଳି ୨୭ ତାରିଖରେ ପୁଣି ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ୨୭ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କାକଟପୁର ଏବଂ ୨୮ରେ ରାଇରଙ୍ଗପୁର, ମୋରଡା, ସୋର, ଜଗତସିଂହପୁରରେ ପ୍ରଚାର ସଭା କରିବେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରପଡ଼ାରେ ୨୭ରୁ ୩୦ଯାଏଁ ପ୍ରଚାର କରିବେ । ୨୭ ଏବଂ ୨୮ରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କେନ୍ଦ୍ରାପଡ଼ା ଏବଂ ଭଦ୍ରକରେ ପ୍ରଚାର କରିବେ । ଏ ନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

You Can Read :

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.