LIVE TV

ସରକାରୀ କର୍ମଚାରୀଙ୍କ ଲାଗି ଅଷ୍ଟମ ବେତନ ଆୟୋଗଙ୍କ ନୂଆ ସୁପାରିଶ, ପ୍ରାଇଭେଟ ସେକ୍ଟର ସହ ସମାନ ହେବ ବେତନ

NEWS7
amit-shah-accuses-congress-of-snatching-dalit-reservation

ନୂଆଦିଲ୍ଲୀ ୮।୧୧: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ଏକ ଖୁସିଖବର ଆସୁଛି। ଅର୍ଥମନ୍ତ୍ରାଳୟ ଅଷ୍ଟମ ପେ କମିଶନ (ସିପିସି) ଲାଗି  ଟର୍ମ ଅଫ ରେଫରେନ୍ସ (ଟିଓଆର) ଜାରି କରି ଦେଇଛି। ଏଥର ସିପିସିଙ୍କ ଧ୍ୟାନ କେବଳ ବେତନ ବୃଦ୍ଧି ଉପରେ ନୁହେଁ ବରଂ ସରକାରୀ ଚାକିରୀକୁ ଅଧିକ ଆକର୍ଷକ ଓ ପ୍ରତିଦ୍ୱନ୍ଦ୍ୱୀତା ମୂଳକ କରିବା ଉପରେ କେନ୍ଦ୍ରିତ କରାଯାଇଛି। ଏହି ଆକଳନ କରାଯାଉଛି ଯେ ନୂଆ ବେତନ ଢାଞ୍ଚା ପ୍ରାଇଭେଟ ସେକ୍ଟର ବେତନ ଢାଞ୍ଚା ସହ ସମାନ ହୋଇ ପାରେ।

ସରକାରଙ୍କ ଉଦ୍ଦେଶ୍ୟ ଏବେ ସରକାରୀ ଚାକିରୀ କେବଳ ‘ସୁରକ୍ଷିତ’  ନ ହୋଇ ଏକ ଉଲ୍ଲେଖନୀୟ କ୍ୟାରିୟର ଓ ଉଚ୍ଚ ବେତନର ମାଧ୍ୟମ ହେଉ। ଯଦି ଆୟୋଗଙ୍କ ସୁପାରିଶ ଲାଗୁ ହୁଏ ତେବେ ଆଗାମୀ ବର୍ଷ ମାନଙ୍କରେ ସରକାରୀ କର୍ମଚାରୀଙ୍କ ବେତନ ପ୍ରାଇଭେଟ ସେକ୍ଟର ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରେ। ଅଷ୍ଟମ ବେତନ ଆୟୋଗକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ଏପରି ବେତନ ଢାଞ୍ଚା ତିଆରି କରନ୍ତୁ ଯେପରି ପ୍ରତିଭାଶାଳୀ ଓ କୁଶଳ ଲୋକେ ସରକାରୀ ଚାକିରୀ ପ୍ରତି ଆକର୍ଷିତ ହୁଅନ୍ତି। ଏହାର ଅର୍ଥ ସରକାରୀ ଚାକିରୀ ଏବେ କେବଳ ସ୍ଥାୟୀ ଚାକିରୀର ବିକଳ୍ପ ନୁହେଁ ବରଂ ଏହା କ୍ୟାରିୟରରେ ଉନ୍ନତି ଓ ଉଚ୍ଚ ବେତନର ଅବସର ମଧ୍ୟ ପ୍ରଦାନ କରିବ।

ଟିଓଆର ଅନୁସାରେ ଆୟୋଗ ଏବେ ବିଚାର କରିବେ ଯେ ସରକାରୀ କର୍ମଚାରୀଙ୍କ ବେତନ ପ୍ରାଇଭେଟ୍ ସେକ୍ଟର ସହ ସମାନ ଅଥବା ପାଖାପାଖି କିପରି ହୋଇ ପାରିବ। ବିଶେଷ କରି ସେହି ସବୁ ବୃତ୍ତିରେ ଯେଉଁଥିରେ ବିଶେଷ କୌଶଳର ଆବଶ୍ୟକତା ରହିଛି। ଯେପରିକି ଆଇଟି, ଡାଟା, ଇଞ୍ଜିନିୟରିଂ, ବିଜ୍ଞାନ ଓ ପ୍ରଶାସନ। ଏହାର ଅର୍ଥ ହେଉଛି ଏହି କ୍ଷେତ୍ରରେ କାର୍ଯ୍ୟରତ କର୍ମାଚାରୀଙ୍କୁ ବଡ଼ ଲାଭ ମିଳିପାରିବ। ନୂଆ ସୁପାରିଶରେ କାର୍ଯ୍ୟ କୁଶଳତା, ଦାୟିତ୍ୱ ଓ ଉତ୍ତରଦାୟିତ୍ୱ ପ୍ରତି ପ୍ରୋତ୍ସାହନ ପାଇଁ ବିଶେଷ ଧ୍ୟାନ ଦିଆଯିବ।

ସରକାର ଚାହାନ୍ତି ସରକାରୀ ଦପ୍ତରର କାର୍ଯ୍ୟ ସଂସ୍କୃତି ବଦଳୁ ଓ ଅଧିକ ଉତ୍ପାଦକତା ମିଳୁ। ଏଥି ଲାଗି କର୍ମଚାରୀଙ୍କୁ ସେମାନଙ୍କ କୌଶଳ ଓ ଦାୟିତ୍ୱ ଆଧାରରେ ଉତ୍ତମମାନର ବେତନ ଓ ସୁବିଧା ପ୍ରଦାନର ଯୋଜନା ରହିଛି। ଅଷ୍ଟମ ବେତନ ଆୟୋଗଙ୍କୁ ଏବେକା ବୋନସ ପ୍ରଣାଳୀ ସମୀକ୍ଷା କରିବା ଓ ନୂଆ ପ୍ରୋତ୍ସାହନ ଯୋଜନା ଆଣିବାକୁ ଦାୟିତ୍ୱ ଦିଆଯାଇଛି। ଏହାର ଉଦ୍ଦେଶ୍ୟ କର୍ମଚାରୀଙ୍କୁ ସେମାନଙ୍କ ଉନ୍ନତ ପ୍ରଦର୍ଶନ ଓ ଉତ୍ପାଦକତା ଆଧାରରେ ପୁରସ୍କୃତ କରାଯିବ। ସପ୍ତମ ବେତନ ଆୟୋଗରେ ବେତନ ଢାଞ୍ଚାକୁ ଶରଳ ଓ ତର୍କ ସଙ୍ଗତ କରିବା ଲାଗି ଜୋର ଦିଆଯାଇଥିଲା। ତେବେ ଅଷ୍ଟମ ଆୟୋଗରେ ପ୍ରଦର୍ଶନ, ପ୍ରତିଯୋଗୀତା ଓ ପ୍ରାଇଭେଟ ସେକ୍ଟର ଭଳି ପେଷାଦାର ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ।