ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ଭାରତ-ପାକ୍‌ ଉତ୍ତେଜନା ପାଇଁ ବାତିଲ

Published By : Prameya-News7 Bureau | May 08, 2025 IST

ଭୁବନେଶ୍ୱର ୦୮।୦୫ : ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏନେଇ ସୂଚନା ଦେଇଛନ୍ତି । 

ଆସନ୍ତା ୧୦ ଓ ୧୧ ତାରିଖରେ ସମ୍ବଲପୁର ଏବଂ ଭୁବନେଶ୍ୱର ଗସ୍ତରେ ଆସିଥିବାର ଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଜନସଭାକୁ   ସମ୍ଭୋଧନ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ସମୟରେ ଅମିତ ଶାହଙ୍କୁ ଦୁଇ ଦିନିଆ ଓଡ଼ିଶା ଗସ୍ତକୁ ସ୍ଥଗିତ ରଖାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.