ଆମେରିକୀୟ କମ୍ପାନୀଙ୍କୁ ଭାରତୀୟ ବଜାରର ଆବଶ୍ୟକତା ନାହିଁ, ଜାଣନ୍ତୁ ଆଉ କ’ଣ କହିଲେ ଏରିକ୍ ଗାର୍ସେଟି?

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ ୧୭।୧:   ଚୀନ୍ ବିରୋଧରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରେଡୱାରରେ ଭାରତକୁ ବିଜୟୀ ହେବାକୁ ହେଲେ ତାକୁ ଦକ୍ଷିଣ-ପୂର୍ବ ଏସିୟାରେ ନିଜର ବିଜନେସ୍ ଫ୍ରେଣ୍ଡଲୀ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ପ୍ରତିଯୋଗୀତା କରିବା ପାଇଁ ହାଇ ଟାରିଫ ହ୍ରାସ କରିବାକୁ ହେବ। ଏହା କହିଛନ୍ତି ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟି। ବ୍ଲୁମବର୍ଗ ଅନୁସାରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ‘ଯଦି ଟ୍ରମ୍ପଙ୍କ ଟାରିଫ ଆମେରିକୀୟ କମ୍ପାନୀଙ୍କୁ ଟୀନ୍‌ ସହିତ ଟ୍ରେଡ କମ କରିବାକୁ ବାଧ୍ୟ କରେ ତେବେ ଭାରତୀୟ ମେନୁଫେକ୍ଚରର୍ସଙ୍କୁ ଲାଭ ମିଳିବ’। 

ତେବେ ଭାରତକୁ ନିବେଶ ଆକର୍ଷିତ କରିବା ପାଇଁ ନିଜର ଘରୋଇ ବ୍ୟବସାୟୀକ ମାହୋଲକୁ ଆହୁରି ଭଲ କରିବା ପାଇଁ ଅନେକ କିଛି କରିବାର ଆବଶ୍ୟକତା ରହିଛି। ଗାର୍ସେଟି କହିଛନ୍ତି ଯେ ହାଇ ଟାରିଫକୁ କମ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ତେବେ ଆମେରିକୀୟ କମ୍ପାନୀଙ୍କୁ ଭାରତୀୟ ବଜାରର ଆବଶ୍ୟକତା ନାହିଁ। ଯଦି ସେମାନେ ବଜାରରେ କାୟମ ରହିବାକୁ ଚାହିଁବେ ତାଙ୍କର ଏକ ବଡ଼ ବଜାର ଅଛି, ତେବେ ସେମାନଙ୍କ ଅନ୍ତର୍ଜାତୀୟ ରପ୍ତାନୀ ଲାଗି ସେମାନଙ୍କୁ ଭାରତ ଆସିବାର ଆବଶ୍ୟକତା ନାହିଁ। ଦକ୍ଷିଣ-ପୂର୍ବ ଏସିଆ ଓ ମେକ୍ସିକୋରେ ଏହା ପ୍ରାୟତଃ ସହଜ ହୋଇଥାଏ। 

ଡୋନାଲ୍ଡ ଟ୍ରମ୍ପ ଆଗାମୀ ସପ୍ତାହରେ ଆମେରିକା ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବେ। ସେ ଆମେରିକାର ଇମ୍ପୋର୍ଟ ଉପରେ ୟୁନିଭର୍ସାଲ ଟାରିଫ ଲାଗୁ କରିବାର ଧମକ ପୂର୍ବରୁ ଦେଇଛନ୍ତି, ଯେଉଁଥିରେ ଚୀନ୍ ସାମଗ୍ରୀ ଉପରେ ୬୦ ପ୍ରତିଶତ ଶୁଳ୍କ ବି ସାମିଲ। ହୁଏତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଟ୍ରମ୍ପଙ୍କ ବ୍ୟକ୍ତିଗତ ସମ୍ପର୍କ ମଧୁର ହୋଇଥଇପାରେ, ଏହା ସତ୍ତ୍ୱେ ଟ୍ରମ୍ପ ଭାରତକୁ ମଧ୍ୟ ଚେତାବନୀ ଦେଇଛନ୍ତି। କହିଛନ୍ତି ଯଦି ଭାରତ ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଶୁଳ୍କ ଲାଗୁ କରେ ତେବେ ତା ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ କରାଯିବ। 

ଆମେରିକା ରିପବ୍ଲିକାନ ଓ ଡେମୋକ୍ରାଟିକ ଉଭୟ ପ୍ରଶାସନରେ ଭାରତ ସହିତ ଟ୍ରେଡ ଓ କୁଟନୈତିକ ସମ୍ପର୍କକୁ ମଜଭୁତ କରିଛି। କାରଣ ଭାରତକୁ ଆମେରିକା ଏକ କ୍ଷେତ୍ରିୟ ସୁରକ୍ଷା ରୂପେ ଦେଖୁଛି। ଏଣୁ ଭାରତ ଓ ଆମେରିକା ମଧ୍ୟରେ ନିକଟତା ବଢିବ ବୋଲି ଗାର୍ସେଟି କହିଛନ୍ତି। ଲସଏଞ୍ଜେଲସର ପୂର୍ବତନ ମେୟର ଗାର୍ସେଟିଙ୍କ ଭାରତରେ ଆମେରିକା ରାଷ୍ଟ୍ରଦୂତ ରୂପେ ପାଖାପାଖି ୨ ବର୍ଷର କାର୍ଯ୍ୟକାଳ ଆଗାମୀ ସପ୍ତାହରେ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ଶପଥଗ୍ରହଣ ସହିତ ସମାପ୍ତ ହୋଇଯିବ। ତାଙ୍କ ପରେ ଭାରତରେ ଆମେରିକାର ରାଜଦୂତ କିଏ ହେବେ ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.