୩ ସୁନ୍ଦରୀଙ୍କ ଭିତରେ ଫସିଗଲେ କ୍ରିକେଟର, ଭାଇରାଲ ଫଟୋରେ ରିଆକ୍ଟ କଲେ, କହିଲେ ଆହୁରି ଅଛନ୍ତି...

NEWS7
america-sweden-shooting-teenager-killed-three-wounded-kansas-city-us-firing-2-dead-another-injured

ନୂଆଦିଲ୍ଲୀ ୩୧/୦୧: ଚହଲ...ଚହଲ...ଚହଲ...। ଭାରତୀୟ କ୍ରିକେଟର ସ୍ପିନର । ପୁଣି ଖବର ଶିରୋନାମାରେ ୟୁଜଭେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ପରେ, ବ୍ୟକ୍ତିଗତ ଜୀବନକୁ ନେଇ ଲଗାତାର ଲାଇମଲାଇଟ୍ରେ ରହି ଆସନ୍ତି । ଧନଶ୍ରୀଙ୍କଠାରୁ ଅଲଗା ହେବା ପରେ ଚହଲଙ୍କ ପିଛା ଛାଡିନି ବିବାଦ । ନିକଟରେ ଚହଲ ଆରଜେ ମହଭଶଙ୍କ ସହ ଥିବା ନଜର ଆସିଥିଲେ । ଉଭୟ ଉଭୟଙ୍କୁ ଡେଟ୍ କରୁଥିବା ଗୁଜବ ବି ହୋଇଥିଲା । କିନ୍ତୁ, କିଛି ଦିନ ପୂର୍ବରୁ ଚହଲ ଓ ମହଭଶ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଥିଲେ।

ନିକଟରେ, କ୍ରିକେଟରଙ୍କୁ ବିଗ୍ ବସ୍ ୧୩ ପ୍ରତିଯୋଗୀ ଶେଫାଲି ବାଗାଙ୍କ ସହ ଦେଖିବାକୁ ମିଳିଥିଲା । ଶେଫାଲି ଓ ଚହଲଙ୍କୁ ଏକାଠି ଦେଖିବା ପ୍ରଶଂସକମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି । ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା ଗୁଜବ ପ୍ରଚାରିତ ହୋଇଥିଲା । ଫ୍ୟାନ୍ସ ଚହଲ, ଶେଫାଲି, ଧନଶ୍ରୀ ଓ ମହଭଶଙ୍କୁ ନେଇ ଏକ ଏଆଇ ପୋଷ୍ଟର ତିଆରି କରିଛନ୍ତି । ଯାହାକୁ ନେଇ ପରିସ୍ଥିତି ଆହୁରି ଖରାପ ହୋଇଛି । ପୋଷ୍ଟରଟିର ଶୀର୍ଷକ ରହିଛି "କିସ୍ କିସ୍କୋ ପ୍ୟାର୍ କରୁଁ ୩"। ଆଉ ଫଟୋ ଭାଇରାଲ ପରେ ପୋଷ୍ଟର ଉପରେ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟର ।

 

ଏଆଇ ପୋଷ୍ଟର ଉପରେ ଚହଲଙ୍କ ରିଆକ୍ସନ:

ୟୁଜଭେନ୍ଦ୍ର ଚହଲଙ୍କ ଡେଟିଂ ଗୁଜବ ମଧ୍ୟରେ, "କିସ୍ କିସ୍କୋ ପ୍ୟାର୍ କରୁଁ ୩" ପାଇଁ ଏଆଇ ପୋଷ୍ଟର ଭାଇରାଲ ହୋଇଥିଲା । ଏଥିରେ ଚହଲଙ୍କୁ ଧନଶ୍ରୀ ବର୍ମା, ଆରଜେ ମହଭଶ ଏବଂ ଶେଫାଲି ବାଗାଙ୍କ ସହିତ ଦର୍ଶାଯାଇଥିଲା । ସେମାନେ କପିଲ ଶର୍ମାଙ୍କ ଫିଲ୍ମ "କିସ୍ କିସ୍କୋ ପ୍ୟାର୍ କରୁଁ ୨" ପରି ଏକ ପ୍ରେମ ତ୍ରିକୋଣ ପରି ଥିଲା । ଗ୍ରାଫିକ୍ ଡିଜାଇନର୍ ବିଜୟ କୁମାର ବାରିଆ ଇନଷ୍ଟାଗ୍ରାମରେ ପୋଷ୍ଟରଟି ସେୟାର କରିଥିଲେ ।

​​​​​​​

ଚହଲ ଏହାକୁ ନଜର ବି କରିଥିଲେ ।ଖାଲି ନଜର କରିନଥିଲେ ତ ଥଟ୍ଟାରେ କମେଣ୍ଟ ବି କରିଥିଲେ । କହିଥିଲେ କେବଳ ୨-୩ ଜଣ ଆଡ ହେବା ବାକି ଅଛି । କରିବ ଯଦି ଭଲରେ ରିସର୍ଚ୍ଚ କର । ମାନେ କହିବାକୁ ଗଲେ ଆଗକୁ ଆହୁରି କିଛି ନାମ ବାକି ଅଛି । ମନ୍ତବ୍ୟଟି ସଂଗେ ସଂଗେ ଭାଇରାଲ ହୋଇଥିଲା । ପ୍ରଶଂସକମାନେ କ୍ରିକେଟରଙ୍କ ହାସ୍ୟରସ ଶୈଳୀକୁ ପ୍ରଶଂସା କରିଥିଲେ।