LIVE TV

ଡିଭାଇଡରକୁ ପିଟି ପୁଟପାଥ୍‌ରେ ଚଢିଗଲା ପୋଲିସ ଗାଡ଼ି, ଜୀବନ ବଞ୍ଚାଇଦେଲା ଉପସ୍ଥିତି ବୁଦ୍ଧି

NEWS7
ambulance-worker-carries-pregnant-woman-in-stretcher-in-sambalpur

ଭୁବନେଶ୍ୱର ୨୩।୧୦ : ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଅଫିସ ନିକଟରେ ବଡ଼ଧରଣର ଦୁର୍ଘଟଣା। ଡିଭାଇଡରକୁ ପିଟି ଫୁଟପାଥ ଉପରେ ଚଢିଗଲା ନୟାପଲ୍ଲୀ ଥାନା ସ୍କର୍ପିଓ କାର୍‌। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଲୋକଙ୍କ କିଛି କ୍ଷତି ହୋଇନାହିଁ।  

ଖବର ଅନୁଯାୟୀ, ୮ ନମ୍ବର ଡିଏଭି ସ୍କୁଲରୁ ସିଆରପି ଛକ ଦେଇ ନୟାପଲ୍ଲୀ ଥାନା ଅଭିମୁଖେ ଯାଉଥିଲା ସ୍କର୍ପିଓ କାର୍ । ଏହି ସମୟରେ ହଠାତ୍ ଆଗକୁ ଏକ ବାଇକ୍ ଆରୋହୀ ପଶି ଯାଇଥିଲେ । ଯାହାଫଳରେ ଗାଡ଼ି ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ବାଇକ୍ ଚାଳକଙ୍କ ଜୀବନ ବଞ୍ଚାଇବାକୁ ଯାଇ ଷ୍ଟେରିଂ ବୁଲାଇ ଦେଇଥିଲେ ସ୍କର୍ପିଓ ଡ୍ରାଇଭର। ଗଛ ଓ ଡ଼ିଭାଇଡର ଭାଙ୍ଗିବା ସହ ବିପରୀତ ରାସ୍ତା ଫୁଟପାଥରେ ଚଢ଼ିଯାଇଥିଲା ନୟାପଲ୍ଲୀ ଥାନା ସ୍କର୍ପିଓ।

ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଏକ ବଡ ଅଘଟଣ ଟଳି ଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ। ଦୁର୍ଘଟଣା ସଂପର୍କରେ ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଥାନାକୁ ନେଇଯାଇଛି । ବାକି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ​​​