ଟାଙ୍ଗୀ ୧୨।୮: ରୋଗୀକୁ ଆଣିବା ପାଇଁ ଆମ୍ବୁଲାନ୍ସଟି ଯାଉଥିଲା । ରାସ୍ତାରେ ଖବର ପାଇଥିଲେ ରୋଗୀଙ୍କ ମୃତ୍ୟୁ ହୋଇଗଲାଣି । ଫଳରେ ଅଧାରାସ୍ତାରୁ ଆମ୍ବୁଲାନ୍ସଟି ଫେରୁଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । ପରେ ଆମ୍ବୁଲାନ୍ସଟି ବିସ୍ଫୋରଣ ହେବା ସହ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନସ୍ଥ ଦେଉଗାଁ ରାସ୍ତାରେ ଘଟିଛି ।
ସୂଚନାଯୋଗ୍ୟ ଯେ, ଗମ୍ଭାରୀମୁଣ୍ଡା ସିଏଚ୍ସିରୁ ୧୦୮ ଆମ୍ବୁଲାନ୍ସଟି ରୋଗୀ ଆଣିବା ପାଇଁ ବାଣପୁର ସ୍ଥିତ ପଲଟଣ ଆସୁଥିବା ରୋଗୀ ଆଣିବା ପାଇଁ ଯାଉଥିଲା । ଅଧା ରାସ୍ତାରେ ଖବର ମିଳିଲା ଯେଉଁ ରୋଗୀଙ୍କୁ ଆଣିବା ପାଇଁ ଏହି ଆମ୍ବୁଲାନ୍ସ ଯାଉଥିଲା ସେହି ରୋଗୀ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ତେଣୁ ୧୦୮ ଆମ୍ବୁଲାନ୍ସଟି ଅଧାବାଟରୁ ଫେରୁଥିଲା । କିଛି ବାଟ ଆସିବା ପରେ ହଠାତ ଆମ୍ବୁଲାନ୍ସଟିରେ ନିଆଁ ଲାଗିଯାଇଥିଲା । ଡ୍ରାଇଭର ସମେତ ଆଟେଣ୍ଡାଣ୍ଟ ଆମ୍ବୁଲାନ୍ସରୁ ବାହାରି ଯିବାର କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସଟି ହୁତୁ ହୁତୁ ହୋଇ ଜଳିଗଲା । ପରେ ପରେ ବ୍ଲାଷ୍ଟିଂ ହୋଇ ଆମ୍ବୁଲାନ୍ସଟି ଖଣ୍ଡ ବିଖଣ୍ଡିତ ହୋଇଗଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
You Can Read:
ଅନଲାଇନ୍ ଗେମ୍ ହେଲା କାଳ : ବାରଣ କରିବାରୁ ଜୀବନ ହାରିଦେଲେ ଅଷ୍ଟମ ଶ୍ରେଣୀ ଛାତ୍ର !