ଶ୍ରୀନଗର : ପହଲଗାମରେ ହୋଇଥିବା ଆତଙ୍କୀ ହମଲାର ସିଧା ପ୍ରଭାବ ଚଳିତ ବର୍ଷର ଅମରନାଥ ଯାତ୍ରାରେ ପଡିଛି। ବୈସରନ ଘାଟୀରେ ହୋଇଥିବା ଆତଙ୍କୀ ହମଲା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟର ମାହୋଲ ରହିଛି। ଏହି କାରଣରୁ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରୁଥିବା ଲୋକଙ୍କ ସଂଖ୍ୟାରେ ହଠାତ୍ ହ୍ରାସ ଦେଖିବାକୁ ମିଳିଛି।
୨୨ ଅପ୍ରେଲ ପୂର୍ବରୁ ପାଖାପାଖି ୨ ଲକ୍ଷ ୩୫ ହଜାର ଶ୍ରଦ୍ଧାଳୁ ଏହି ୩୮ ଦିନର ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରାଇ ଥିଲେ। କିନ୍ତୁ ଯେବେ ପହଲଗାମ ହମଲା ପରେ ପ୍ରଶାସନ ପକ୍ଷରୁ ଏହି ଶ୍ରଦ୍ଧାଳୁଙ୍କ ଠାରୁ ଯାତ୍ରା ନିଶ୍ଚିତ କରିବା ପାଇଁ ସଂପର୍କ କରାଯିବାରୁ କେବଳ ୮୫ ହଜାର ଲୋକେ ହିଁ ଯାତ୍ରା କରିବାକୁ ସ୍ପଷ୍ଟ କରିଛନ୍ତି।
ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ, ଯାତ୍ରାକୁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ କରାଇବା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଏଥିରେ ଶ୍ରଦ୍ଧାଳୁଙ୍କୁ ଆରଏଫଆଇଡି ଟ୍ୟାଗ୍ ଦିଆଯିବ ଏବଂ ଇ-କେୱାଇସି ଚେକ୍ ମଧ୍ୟ କରାଯିବ। ଏହାସହ ନୂଆ ବିପଦର ଆକଳନ ଆଧାରରେ ସୁରକ୍ଷା ବାହିନୀର ନିଯୁକ୍ତ ମଧ୍ୟ କରାଯାଇଛି।
ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆ ଯାଇଛି ଯେ, ସେମାନେ ଜମ୍ମୁରୁ ନିର୍ଦ୍ଧାରିତ ସୁରକ୍ଷା କନଭୟେରେ ଯାତ୍ରା କରନ୍ତୁ ଏବଂ ଏକୁଟିଆ ଯାତ୍ରା କରନ୍ତୁ ନାହିଁ। ଏହାସହ ସମୟ ସମୟରେ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ଜାରି କରାଯାଇ ଥିବା ଆଡଭାଇଜରୀର ପାଳନ କରନ୍ତୁ।
ଆଜତକ୍ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ପହଲଗାମର ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଜଡ଼ିତ ସୁରକ୍ଷା ଚିନ୍ତାକୁ ନେଇ ପ୍ରଶ୍ନ କରିଥିଲା, ଯେଉଁମାନେ ଏବେସୁଦ୍ଧା ଫେରାର ଅଛନ୍ତି । ସେ ଭରସା ଦେଇଥିଲେ କି ପ୍ରଶାସନ ସବୁ ବିପଦରୁ ବର୍ତ୍ତିବା ପାଇଁ ପ୍ରସ୍ତୁତ ଅଛି।