ନିରାଶ୍ରୟଙ୍କୁ ସାହା ହେଲେ ସାମ୍ୱାଦିକ, ମୃତଦେହକୁ କାନ୍ଧ ଦେଇ ଦେଖାଇଲେ ମହାନତା

NEWS7
amar-prasad-satpathy-reaction-about-biju-janata-dal

ସାଲେପୁର ୦୪/୧୨: ସାମ୍ୱାଦିକ ଦେଖାିଇଲେ ମହାନତା । ଶତାୟୁ ନିରାଶୟ ବୃଦ୍ଧା ମହିଳାଙ୍କ ମୃତଦେହକୁ କାନ୍ଧରେ ବୋହି ଶ୍ମଶାନରେ ସତ୍କାରକରି ମହାନତା ଦେଖାଇଲେ ଦୁଇ ସାମ୍ବାଦିକ । ନିରାଶୟ ବୃଦ୍ଧା ମହିଳାଙ୍କ ମୃତେଦହକୁ କାନ୍ଧେଇ ଚିତ୍ରୋପୋଳା ନଦୀକୂଳରେ ଥିବା ଶ୍ମଶାନରେ ଶବ ଦାହ କରିଥିଲେ ଦୁଇ ସମ୍ବାଦିକ । ଏ ଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କଟକ ସଦର ନିର୍ବାଚନ ମଣ୍ଡଳୀ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ।

ସୂଚନାଥାଉକି, କଟକ ଜିଲ୍ଲାର କଟକ ସଦର ନିର୍ବାଚନୀ ମଣ୍ଡଳ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମର ନିରାଶୟ ଶତାୟୁ ବୃଦ୍ଧା ରଙ୍ଗଳତା ଷଡଙ୍ଗୀଙ୍କ ଦେହାନ୍ତ ହୋଇଥିଲା । ରଙ୍ଗଳତାଙ୍କ ନିରାଶୟ ଥିବାରୁ ତାଙ୍କ ମୃତଦେହ ସତ୍କାର କରିବା ପାଇଁ କେହି ଆଗଭର ହେଉନଥିଲା ବେଳେ ଦୁଇ ସମ୍ବାଦିକ ଆଗେଇ ଆସିଥିଲେ ଶବସତ୍କାର କରିବାପାଇଁ ।

କଟକ ଜିଲ୍ଲା କିଶନନଗର ଅଞ୍ଚଳରେ ସାମ୍ବାଦିକତା କରୁଥିବା ଚିତରଞ୍ଜନ ବେହେରା, ଭୈରବ ଚନ୍ଦ୍ର ସେଠି। ଏଭଳି ଖବର ପହଞ୍ଚିବା କ୍ଷଣି ତୁରନ୍ତ ଭଗବାନପୁର ଗ୍ରାମରେ କିଛି ବନ୍ଧୁଙ୍କୁ ଧରି ପହଞ୍ଚି ରୀତିନୀତି ଅନୁସାରେ ନିରାଶୟ ବୃଦ୍ଧା ରଙ୍ଗଳତା ଷଡଙ୍ଗୀଙ୍କ ମରଶରୀରକୁ କାନ୍ଧେଇ ଚିତ୍ରପୋଳା ନଦୀ କୂଳରେ ଥିବା ସ୍ମସାନ ରେ ଶବ ଦାହ କରିଥିଲେ।ଏଭଳି ମହତ କାର୍ଯ୍ୟକରି ଦୁଇ ସାମ୍ବାଦିକ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।