ବୃଦ୍ଧଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଲା ‘ଆମ ବସ୍’, ଚାଲିଗଲା ଜୀବନ

Published By : Prameya-News7 Bureau | May 28, 2025 IST

ଭୁବନେଶ୍ବର: ଥମୁନି ‘ଆମ ବସ୍’ ଆତଙ୍କ। ପୁଣି ଆଉ ଜଣକ ମୁଣ୍ଡ ନେଲା ‘ଆମ ବସ୍’। ବୁଧବାର ଭୁବନେଶ୍ବର କୋଳଥିଆରେ ‘ମୋ ବସ୍’ ଧକ୍କାରେ ଯାଇଛି ବୃଦ୍ଧଙ୍କ ଜୀବନ। 

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ବୃଦ୍ଧ ଜଣକ ନିଜ ସାଇକେଲ ଯୋଗେ ଯାଉଥିବାବଳେ ଧକ୍କା ଦେଇଥିଲା ‘ମୋ ବସ୍’। ଖାଲି ଧକ୍କା ତ’ ଦେଇନଥିଲା, ଧକ୍କା ପରେ ବୃଦ୍ଧ ଜଣକୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲା ବସ୍। ଯେଉଁଥିରେ ବୃଦ୍ଧଙ୍କ ଗୋଡ଼ ଶରୀରୁ ଅଲଗା ହୋଇଯାଇଥିଲା। ତେବେ ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ‘ଆମ ବସ୍‌’ ଭଙ୍ଗାରୁଜା କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ଅବଶ୍ୟ ପୋଲିସର ବୁଝାସୁଝା ପରେ ଉତ୍ତେଜନା ଥମିଛି।

ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏହା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.