ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କ ନାଁରେ ଥାନାରେ ଏତଲା

Published By : Prameya-News7 Bureau | June 15, 2025 IST

କଟକ: ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ। ଡାକ୍ତରଙ୍କ ନାଁରେ ଥାନାରେ ଏତଲା ଦେଲେ ପରିବାର ଲୋକେ। ଘଟଣା ଘଟିଛି କଟକ ଲାଲାବାଗ ଥାନା ଅଞ୍ଚଳରେ।  

ସୂଚନା ଅନୁସାରେ, ଢେଙ୍କାନାଳର ସୁଜାତା ନାୟକ ନିଜ ଶିଶୁପୁତ୍ରର ଚିକିତ୍ସା ପାଇଁ କଟକ ଶିଶୁଭବନ ଆସିଥିଲେ। ଯେଉଁଠାରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପୁଅର ହାର୍ଣ୍ଣିଆ ହୋଇଛି ଏବଂ ଏଥିପାଇଁ ଅପରେସନ କରିବାକୁ ପଡ଼ିବ। ତେବେ ସଂପୃକ୍ତ ଡାକ୍ତର ସୁଜାତାଙ୍କୁ ଶିଶୁଭବନରେ ଅପରେସନର ସୁବିଧା ନଥିବା ଦର୍ଶାଇ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମକୁ ପଠାଇଥିଲେ ଏବଂ ସେଠାରେ ଅପରେସନ କରିବା କଥା କହିଥିଲେ।

ହେଲେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ନର୍ସିଂହୋମରେ ଅପରେସନରେ ପରେ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲେ। ହେଲେ ଡାକ୍ତର ତାଙ୍କୁ ମିଛ କହିଥିଲେ। ପରେ ଯେତେବେଳେ ଶିଶୁର ସ୍ବାସ୍ଥାବସ୍ଥା ଆହୁରି ଗୁରୁତର ହୋଇଥିଲା ସେମାନେ ତାଙ୍କୁ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିଲା। 

ଏମିତିରେ ଭୁଲ ଚିକିତ୍ସା କାରଣରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.