ଗୁଣିଆ ସନ୍ଦେହରେ ଆକ୍ରମଣ, ହାତଗୋଡ଼ ବାନ୍ଧି ଗାଁ ଦାଣ୍ଡରେ ନିସ୍ତୁକ ପିଟିଥିବା ଅଭିଯୋଗ

Published By : Prameya-News7 Bureau | July 27, 2025 IST

ବ୍ରହ୍ମପୁର ୨୭।୭: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବାସୁଦେବପୁର ଗ୍ରାମର କେ.ପଞ୍ଚାନନଙ୍କୁ ଗୁଣିଆ ସନ୍ଦେହରେ ଗ୍ରାମର କେତେକ ଲୋକେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗ୍ରାମର ଜଣେ ଯୁବତୀଙ୍କ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରୋଗ ନିରୂପଣ ନ ହେବାରୁ ତାଙ୍କୁ କେହି ଗୁଣିଆ କରିଥିବା ପରିବାର ଲୋକେ ସନ୍ଦେହ କରିଥିଲେ । ଗାଁ ନିକଟସ୍ଥ ଜଣେ ତନ୍ତ୍ର ସାଧକଙ୍କ ପରାମର୍ଶ କ୍ରମେ ଗ୍ରାମର ଜଣେ ବ୍ୟକ୍ତି ହିଁ ଯୁବତୀଙ୍କୁ ତନ୍ତ୍ର ବିଦ୍ୟା ପ୍ରୟୋଗ କରିଥିବା ସୂଚନା ଦେଇଥିଲେ । ପରେ ପରିବାର ଓ ସମ୍ପର୍କୀୟ ଲୋକେ ପଞ୍ଚାନନଙ୍କୁ ସନ୍ଦେହ କରି ରାତିରେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

You Can Read:

ଜେଲ୍ ଗଲେ ଭୁବନେଶ୍ବର କର୍ପୋରେଟର ଅମରେଶ ଜେନା, କହୁ କହୁ ବାୟାଁ କହିଦେଲେ ଏମିତି କଥା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.