ଟି-୨୦ ବିଶ୍ଵକପ୍ ପୂର୍ବରୁ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

NEWS7
all-anganwadi-center-will-remain-closed-for-corona-virus

ବୁଲାୟୋ: ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୬ରେ ଭାରତୀୟ ଦଳର ବିଜୟ ରଥ ଜାରି ରହିଛି। ଦଳ ସୁପର ସିକ୍ସ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଗ୍ରୁପ ପର୍ଯ୍ୟାୟରେ ନିଜର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ଡିଏଲଏସ ନିୟମରେ ୭ ଓ୍ଵିକେଟ୍ରେ ହରାଇ ଗ୍ରୁପ ବିରେ ଶୀର୍ଷ ସ୍ଥାନ ହାସଲ କରିଥିଲା। ଅଧିନାୟକ ଆୟୁଷ ମହାତ୍ରେଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ ତିନୋଟି ମ୍ୟାଚ୍ ଜିତି ପୂରା ୬ ପଏଣ୍ଟ ସହ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି।

ଗ୍ରୁପ-ବିରେ ଶୀର୍ଷରେ ରହିଥିବା ଭାରତ ସୁପର ସିକ୍ସ ପର୍ଯ୍ୟାୟରେ ଦୁଇଟି ମ୍ୟାଚ୍ ଖେଳିବ। ଭାରତ ସୁପର ସିକ୍ସରେ ପ୍ରଥମ ମ୍ୟାଚ୍ ଜାନୁଆରୀ ୨୭ରେ ଜିମ୍ବାଓ୍ଵେ ବିପକ୍ଷରେ ଖେଳିବ। ଏହା ପରେ ଫେବୃଆରୀ ୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ। ଏହି ମୁକାବିଲା ବୁଲାୟୋରେ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୧ଟାରୁ ଆରମ୍ଭ ହେବ। ବଡ଼ କଥା ଟି-୨୦ ବିଶ୍ଵକପରେ ସିନିୟର ପୁରୁଷ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପୂର୍ବରୁ ୧୯ ବର୍ଷରୁ କମ୍ ବିଶ୍ଵକପରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ

ଏସିଆ କପ୍ ପରାଜୟର ବଦଲା ନେବ ଟିମ୍ ଇଣ୍ଡିଆ !

ଉଲ୍ଲେଖନୀୟ ଡିସେମ୍ବରରେ ଖେଳା ଯାଇଥିବା ୧୯ ବର୍ଷରୁ କମ ଏସିଆ କପ୍ ଫାଇନାଲରେ ପାକିସ୍ତାନ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତକୁ ୧୯୧ ରନରେ ହରାଇଥିଲା। ଏବେ ଭାରତ ବିଶ୍ଵକପରେ ଏହି ଶୋଚନୀୟ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ସୁପର ସିକ୍ସରେ ଥିବା ଅନ୍ୟ ଦଳ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ସାମିଲ୍। କିନ୍ତୁ ଏହି ପର୍ଯ୍ୟାୟରେ ଭାରତର ଏହି ଦଳଗୁଡ଼ିକ ସହ ମ୍ୟାଚ୍ ନାହିଁ।

ସୁପର ସିକ୍ସରେ ମୋଟ୍ ୧୨ଟି ଦଳ ପହଞ୍ଚିଛନ୍ତି। ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତୀୟ ଦଳ ଗ୍ରୁପ ପର୍ଯ୍ୟାୟରେ ଆମେରିକାକୁ ୧୦୭ ରନରେ ଅଲଆଉଟ୍ କରି ୨୦ ଓଭର ପୂର୍ବରୁ ମ୍ୟାଚ୍କୁ ଜିତି ନେଇଥିଲା। ପୁଣି ବାଂଲାଦେଶ ବିପକ୍ଷ ମ୍ୟାଚରେ ୨୩୮ ରନ କରି ଦମଦାର ବିଜୟ ହାସଲ କରିଥିଲା। ପୁଣି ବର୍ଷା ବାଧାପ୍ରାପ୍ ମୁକାବିଲାରେ ଦଳ କିଓ୍ଵି ଟିମକୁ ୧୩୫ ରନରେ ଅଲଆଉଟ୍ କରି ୧୩.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।