ଏକାଠି ହେଲେ ପରାଜିତ ଓ ଅସନ୍ତୁଷ୍ଟ ବିଜେଡି ନେତା, ନୂଆବର୍ଷ ପୂର୍ବରୁ କଲେ ପାୱାର ଶୋ’

NEWS7
aligarh-girl-killed-rape-crime-uttar-pradesh

ଭୁବନେଶ୍ବର: ସାଧାରଣ ନର୍ବାଚନରେ ପରାଜୟ ପରଠୁ ବିଜେଡିର ଦଳୀୟ କନ୍ଦଳ ପଦାରେ ପଡ଼ିଛି। ଦଳ ଅନ୍ୟ କାହାର ଇଙ୍ଗିତରେ ପରିଚାଳିତ ହେଉଥିବା ଅଭିଯୋଗ ଆଣି ଅନେକ ଦଳୀୟ ନେତା ଓ କର୍ମୀ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ନେତା ମେଳି ମଧ୍ୟ କରୁଛନ୍ତି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ବି ହେଉଛି। ଅବଶ୍ୟ ଦଳ ସଭାପତି ଏହାକୁ ନେଇ ତାଗିଦ କରିଛନ୍ତି। ହେଲେ ଏବେ ପୁଣି କିଛି ଦଳୀୟ ନେତାଙ୍କ ମେଳିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଶନିବାର ବିଜେଡିର କିଛି ପୂର୍ବତନ ବିଧାୟକ ଓ ବିଧାୟିକ ଚନ୍ଦକାରେ ପୁଣି ଏକାଠି ହୋଇଛନ୍ତି। ଏନେଇ ପୂର୍ବତନ ବିଜେଡି ବିଧାୟକ କହିଛନ୍ତି ପ୍ରଭୁ ଜାନୀ କହିଛନ୍ତି, ଆମେ ମାନେ ଆମେ ଆଜି ଏକାଠି ହୋଇଛୁ । ଗୋଟେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଉଛି । ଆଜି ଏଠି ବିଭିନ୍ନ ପ୍ରସଙ୍ଗ ଆଲୋଚନା କରାଯିବ। ଚନ୍ଦ୍ର ସାରଥୀ ବେହେରା ସମସ୍ତଙ୍କୁ ଡାକିଛନ୍ତି। ସଂଗଠନ ଆଗକୁ କେମିତି ବଢ଼ିବ ସେ ବିଷୟରେ ଆଲୋଚନା ହେବ। ଦଳରେ ଯୁବ ନେତୃତ୍ୱ ଆଗକୁ ଆସିବା ଦରକାର ଅଛି। ଯୁବ ନେତୃତ୍ୱଙ୍କୁ ନେଇ ଆଜିଠୁ ଗୋଟେ ନୂଆ ସମୀକରଣ ଆରମ୍ଭ ହେବ ବୋଲି କହିଛନ୍ତି ବିଜେଡିର ପୂର୍ବତନ ବିଧାୟକ ପ୍ରଭୁ ଜାନୀ। ସେହିପରି ପୂର୍ବତନ ବିଧାୟକ ମହିଧର ରଣା କହିଛନ୍ତି ୨୦୨୫କୁ ବିଦାୟ ଦେଇ ଆଜି ଆମେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରୁଛୁ। ମୋତେ ଖବର ଦିଆ ଯାଇଥିଲା ମୁଁ ଆସିଛି। ଏହି ଆଲୋଚନା ଦ୍ୱାରା ସଙ୍ଗଠନ ଆହୁରି ସୁଦୃଢ଼ ହେବ।’’

ଆହୁରି ପଢ଼ନ୍ତୁ: ବିଜେଡିର ମତକୁ ନେଇ ବିଜେପି କଲା କାଉଣ୍ଟର, ସମବାୟ ମନ୍ତ୍ରୀ କହିଲେ ବିରୋଧୀ ଦଳର ଦୋମୁହାଁ ନୀତି