LIVE TV
LIVE TV

ଓ୍ଵେବସାଇଟ୍ ଖୋଲୁ ଖୋଲୁ ଅନଲାଇନ ଟିକେଟ୍ ଶେଷ, ସେପଟେ ସୋସିଆଲ ମିଡିଆରେ କଳାବଜାରୀ ଆରମ୍ଭ

NEWS7
alaya-and-shanaya-will-be-seen-in-student-of-the-year-3

କଟକ: ୩୫ ମିନିଟ୍‌ରେ ଶେଷ ହେଲା ୨୦୦୦ ଟିକେଟ । ବାରବାଟୀରେ ଆସନ୍ତା ଡିସେମ୍ବର ୯ରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜର ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ । ଏନେଇ ଡିସେମ୍ବର ୧ ତାରିଖ ଅପରାହ୍ନ ୨ ଟା ରେ District by Zomato ଅନଲାଇନରେ ଆରମ୍ଭ ହୋଇଥିଲା ଅନଲାଇନ ଟିକେଟ ବିକ୍ରି । ମାତ୍ର ୩୫ମିନିଟ୍ ରେ ଶେଷ ହୋଇଯାଇଥିଲା ଦୁଇ ହଜାର ଟିକେଟ ।ସବୁଠାରୁ ବଡ଼ କଥା ହେଲା କି ସାଇଟ ଆରମ୍ଭ ହେଉ ହେଉ ୨୦ ହଜାର ୱେଟିଂ ଦେଖିବାକୁ ମିଳିଥିଲା। ମାତ୍ର ୨ ହଜାର ଟିକେଟ ଥିବା ବେଳେ ସମସ୍ତ କ୍ରିକେଟ ପ୍ରେମୀ ମାନେ ହତାଶ ହୋଇଥିଲେମ୍ ଏଥିରେ। ଅନଲାଇନରେ ବଡ଼ କେଳେଙ୍କାରୀ ହୋଇଥିବା ଗନ୍ଧ ବାରି ହୋଇ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି କ୍ରୀଡା ପ୍ରେମୀ ମାନେ।

ଆସନ୍ତା ଡିସେମ୍ବର୯ ଆନ୍ତର୍ଜାତୀୟ ବାରବାଟୀ ଷ୍ଟାଡିୟମରେ ମୁହାଁମୁହି ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଫଟାଫଟ୍ କ୍ରିକେଟର ମଜା ଉଠାଇବା ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଏବେଠୁ ଦେଖିବାକୁ ମିଳିଲାଣି ଉତ୍ସାହ । ତେବେ ବାରବାଟୀ ମ୍ୟାଚକୁ ନେଇ ଆଜି ଅନଲାଇନ୍ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି । ଅପରାହ୍ନ ଦୁଇଟାରେ ୱେବ୍ ସାଇଟ୍ ଖୋଲିବା ମାତ୍ରେ ଦର୍ଶକ ମାନେ ଅନଲାଇନ ମାଧ୍ୟମରେ ନିଜର ଟିକେଟ ବୁକିଂ କରିଛନ୍ତି । ଏହି ଟିକେଟ ସେମାନେ ଆସନ୍ତା ଡିସେମ୍ବର ୮ ଓ ୯ ତାରିଖରେ କଟକ କ୍ୟାମ୍ବ୍ରିଜ୍ ସ୍କୁଲରୁ ସଂଗ୍ରହ କରିବେ । ଅନଲାଇନ୍ ଟିକେଟ ପାଇଁ ବିଭିନ୍ନ କମ୍ପ୍ୟୁଟର ସେଣ୍ଟରରେ ଦେଖିବାକୁ ମିଳିଥିଲା ଭିଡ଼ । ଆଉ ଟିକେଟ ବିକ୍ରି ଆରମ୍ଭରୁ ସର୍ଭର ଜାମ୍ ଦେଖାଯାଇଥିଲା । ଆବେଦନ ପ୍ରଣାଳୀ ସରିବା ଆଗରୁ ଶେଷ ହୋଇ ଯାଇଥିଲା ଟିକେଟ । ଏମିତିକି ଦୁଇଟାରେ ସାଇଟ୍ ଖୋଲୁ ଖୋଲୁ ଟିକେଟ ଆବେଦନର ପାଞ୍ଚ ଗୁଣା ତଳକୁ ଚାଲି ଯାଇଥିଲେ ଆବେଦନକାରୀ ।ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରିକେଟ୍ ପ୍ରେମୀ ।

ଏହାସହ ଉଭୟ ଅନଲାଇନ ଓ ଅଫଲାଇନ୍ ଟିକେଟ ବିକ୍ରି ଆଗରୁ ସୋସିଆଲ ମିଡିଆରେ ବ୍ଲାକର ମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଥିଲା । ଅନଲାଇନ୍ ଓ ଅଫଲାଇନ୍ ଟିକେଟ ବିକ୍ରି ହୋଇ ନଥିବା ବେଳେ ଆଗୁଆ ସୋସିଆଲ ମିଡ଼ିଆରେ ଷ୍ଟାଟସ୍ ଦେଇ ମୂଳ ଟିକେଟ ଦରର ପାଖାପାଖି ୫ ଗୁଣା ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଟିକେଟ ବିକ୍ରି ପୂର୍ବରୁ ଏହିଭଳି ସୋସିଆଲ ମିଡ଼ିଆ ରେ ପୋଷ୍ଟ ବର୍ତ୍ତମାନ ସମୟରେ ସନ୍ଦେହ ସୃଷ୍ଟି କରିଛି । ଟିକେଟ ବିକ୍ରି ଆରମ୍ଭ ହେଉ ହେଉ ୨୦ ହଜାର ୱେଟିଂ ଦେଖାଇବାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏଥିରେ ବଡ଼ କେଳେଙ୍କାରୀ ହୋଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି। ସେହିଭଳି କାଉଣ୍ଟର ରେ ଟିକେଟ ବିକ୍ରି ରେ ମଧ୍ୟ ଯଥେଷ୍ଟ କେଳେଙ୍କା ରି ହେବାର ଗନ୍ଧ ଏବେ ଠାରୁ ବାରି ହୋଇ ପଡ଼ୁଥିବା ଅଭିଯୋଗ କରିଛନ୍ତି କ୍ରୀଡା ପ୍ରେମୀ।

ସେହିଭଳି ପୂର୍ବ ମ୍ୟାଚରେ ଅନଲାଇନରେ ୪୦୦୦ ହଜାର ଟିକେଟ ବିକ୍ରୀ ହୋଇଥିବା ବେଳେ ଚଳିତ ମ୍ୟାଚ ପାଇଁ ମାତ୍ର ଦୁଇ ହଜାର ଟିକେଟ ରଖାଯାଇଥିଲା ।ସେହିଭଳି ପୂର୍ବ ମ୍ୟାଚରେ ୧୧,୫୦୦ ଟିକେଟ କାଉଣ୍ଟରରେ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ମାତ୍ର ୧୦,୦୦୦ ଟିକେଟ ବିକ୍ରି ହେବ। ଏବଂ ଏହି ଟିକେଟ ଦର ପୂର୍ବ ମ୍ୟାଚ ଭଳି ସମାନ ଦାମ୍ ରହିଛି ବୋଲି କହିଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଅନଲାଇନ୍ ଟିକେଟରୁ ବଞ୍ଚିତ ଥିବା କ୍ରିକେଟ ପ୍ରେମୀ ମାନଙ୍କ ଏକ ମାତ୍ର ସାହା ଭରସା ହେଉଛି ୫ ତାରିଖରେ ବିକ୍ରି ହେବାକୁ ଥିବା କାଉଣ୍ଟର ଟିକେଟ। ତେବେ ସେହି କାଉଣ୍ଟର ରେ କେଳେଙ୍କାରୀ ହେବାକୁ ଥିବା ବେଳେ କେମିତି ଏହାକୁ ରୋକିବେ ତାହା ହିଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।