ପୁରୀରେ ବିଶିଷ୍ଟ ଶିଳ୍ପପତି ଆକାଶ ଅମ୍ବାନୀ, ମହାପ୍ରଭୁଙ୍କ ଦର୍ଶନ କରି ନେଲେ ଆର୍ଶୀବାଦ

Published By : Prameya-News7 Bureau | May 29, 2025 IST

ପୁରୀ ୨୯।୦୫; ଭାରତର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଜିଓର ପ୍ରତିଷ୍ଠାତା ମୁକେଶ ଅମ୍ବାନୀ। ତାଙ୍କ ବଡ ପୁଅ ଆକାଶ ଅମ୍ବାନୀ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ସିଂହଦ୍ଵାର ଥାନା ପାଖରେ ଆକାଶ ଅମ୍ବାନୀ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ତରଫରୁ ସ୍ଵାଗତ କରାଯାଇଥିଲା।

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଆକାଶ ଅମ୍ବାନୀ। କୌଳିକପଣ୍ଡା ଜଗନ୍ନାଥ କର ଆକାଶ ଅମ୍ବାନୀଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ମହାପ୍ରଭୁଙ୍କ  ଦର୍ଶନ ସେ ବେଶ୍ ଖୁସି ପ୍ରକଟ କରିଥିଲେ ବୋଲି ତାଙ୍କ କୌଳିକପଣ୍ଡା କହିଛନ୍ତି। 

ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଆକାଶ ଅମ୍ବାନୀ ଶ୍ରୀମନ୍ଦିର ଭିତରେ ସମୟ ଅତିବାହିତ କରିଥିବା ବେଳେ ପ୍ରାୟ ୧୫ ମିନିଟ ଧରି ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଥିଲେ ବୋଲି କହିଛନ୍ତି ତାଙ୍କ କୌଳିକପଣ୍ଡା। ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯିବା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.