Live Live
LIVE

ଆମେରିକାକୁ ଇରାନର ଧମକ, 'ଯୁଦ୍ଧ କେବେ ସରିବ ଆମେ କହିବୁ'...

NEWS7
aircraft-crash-and-two-pilots-died-in-sagar-of-madhya-pradesh

ତେହେରାନ, ୧୦ /୦୩: ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି ଆମେରିକା । ଇସ୍ରାଏଲ ମଧ୍ୟ ଇରାନର ତୈଳ ଭଣ୍ଡାରକୁ ଟାର୍ଗେଟ୍ କରୁଛି । ଏସବୁ ଭିତରେ ବଡ ବୟାନ ଦେଇଛି ଇରାନ। ଯୁଦ୍ଧ କେବେ ସରିବ ତାହା ଆମେ ହିଁ ନିଷ୍ପତ୍ତି ନେବୁ ବୋଲି ତେହେରାନ କହିଛି ।

ଇରାନ ସରକାର କହିଛନ୍ତି ଯେ, ଯୁଦ୍ଧର ପରିଣାମ କଣ ହେବ ତାହା ଇରାନ ହାତରେ ରହିଛି । ପୂର୍ବରୁ କେବେ ଇସ୍ରାଏଲ ଏବଂ ୟୁଏସ ଆକ୍ରମଣ କରିବା ବନ୍ଦ କରିବେ ତାହା ଡୋନାଲ୍ଡ ଟ୍ରମ୍ପ୍ ନିଜେ କହିବେ ବୋଲି କହିଥିଲେ। ଯାହା ପରେ ଇରାନ ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ୍ ବୟାନ ଦେଇଛି।

ତେହେରାନ ପକ୍ଷରୁ କୁହାଯାଇଛି ଯେ, ଯୁଦ୍ଧ କେତେଦିନ ଚାଲିବ ଏବଂ ଏହାର ପରିଣାମ କଣ ହେବ ତାହା ଇରାନ କହିବ । ଏହା ଇରାନର ସୈନ୍ୟଙ୍କ ହାତରେ ଅଛି । ଆମେରିକାର ସୈନ୍ୟ ଯୁଦ୍ଧ ବନ୍ଦ କରିପାରିବେ ନାହିଁ ।

ଟ୍ରମ୍ପଙ୍କ ବୟାନ

ଅନ୍ୟ ଦିଗରେ ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ବିରୋଧରେ ଯେଉଁ ଯୁଦ୍ଧ ହେଉଛି ତାହା ଖୁବ୍ କମ୍ ସମୟରେ ଶେଷ ହେବ । ଇରାନରେ ଆଗକୁ ଭୟଙ୍କର ତୈଳ ସଙ୍କଟ ସୃଷ୍ଟି ହେବାକୁ ଯାଉଛି । ମଧ୍ୟପ୍ରାଚ୍ୟରେ ଏବେ ଆମେରିକା ଶକ୍ତିଶାଳୀ ଅଛି । ତେଣୁ ଯୁଦ୍ଧ ବେଶି ସମୟ ଚାଲିବନି । ଶୀଘ୍ର ଇରାନ ଆତ୍ମସମର୍ପଣ କରିବ ।

ୟୁଏସ କମାଣ୍ଡର ଇନ୍ ଚିଫ୍ କହିଛନ୍ତି ଯେ, ଇରାନ ଷ୍ଟ୍ରେଟ୍ ଅଫ୍ ହରମୋଜ୍ ଦେଇ ତୈଳ ପରିବହନକୁ ଅଟକାଇବାକୁ ଚେଷ୍ଟା କରୁଛି । ଯାହା ଭଲ ନୁହେଁ । ଇରାନ ଏପରି କଲେ ଆମେରିକା ଚୁପ୍ ବସିବନି । ଏବେ ଯେମିତି ଆକ୍ରମଣ ହେଉଛି ତାହାଠୁ ଆହୁରି ୨୦ ଗୁଣ ଅଧିକ ଭୟଙ୍କର ଆକ୍ରମଣ କରାଯିବ ବୋଲି କମାଣ୍ଡର କହିଛନ୍ତି ।