ନୂଆଦିଲ୍ଲୀ ୨୬/୦୬: ଜୁନ୍ ୧୨ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଦୁର୍ଘଟଣା। ଦୋହଲିଯାଇଥିଲା ସାରା ବିଶ୍ୱ, ଯାଇଥିଲା ୨୭୦ରୁ ଅଧିକ ଜୀବନ। ଦୁର୍ଘଟଣାର ତଦନ୍ତ କରୁଥିବା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB)କୁ ଦୀର୍ଘଦିନ ପରେ ମିଳିଛି ବଡ଼ ସଫଳତା। ବିମାନର ବ୍ଲାକ୍ ବାକ୍ସରୁ କକପିଟ୍ ଭଏସ୍ ରେକର୍ଡର୍ (CVR) ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ (FDR) ସୁରକ୍ଷିତ ଭାବରେ ବାହାର କରାଯାଇଛି । ଡାଟା ଡାଉନଲୋଡ୍ କରାଯାଇଛି। ବର୍ତ୍ତମାନ ସେସବୁର ତର୍ଜମା ଆରମ୍ଭ ହୋଇଛି। କାରଣ ବିମାନ ଦୁର୍ଘଟଣାର ତଦନ୍ତରେ ଏହି ଦୁଇଟି ରେକର୍ଡର୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ଦୁର୍ଘଟଣାର ଦୀର୍ଘ ସପ୍ତାହ ବିତିବା ନେଇ ପ୍ରଶ୍ନ ଉଠାଇଥିଲା କଂଗ୍ରେସ। କଂଗ୍ରେସ କହିଥିଲା କି, ତଦନ୍ତ ପାଇଁ ଏପର୍ଯ୍ୟନ୍ତ ମୁଖ୍ୟ ତଦନ୍ତକାରୀଙ୍କୁ ନିଯୁକ୍ତ କରାଯାଇ ନାହିଁ। ଆଉ କଂଗ୍ରେସର ଆକ୍ରମଣ ମଧ୍ୟରେ, ବିମାନର ବ୍ଲାକ୍ ବାକ୍ସ ସମ୍ପର୍କରେ ଏକ ଅପଡେଟ୍ ଆସିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ କ୍ରାସ୍ ପ୍ରୋଟେକ୍ସନ୍ ମଡ୍ୟୁଲ୍ (ସିପିଏମ୍) କୁ ସମ୍ମୁଖ ବ୍ଲାକ୍ ବାକ୍ସରୁ ସୁରକ୍ଷିତ ଭାବରେ ବାହାର କରାଯାଇଛି ଏବଂ ମେମୋରୀ ମଡ୍ୟୁଲ୍ ସଫଳତାର ସହ ଆକ୍ସେସ୍ କରାଯାଇଛି।
ଜୁନ୍ ୨୪ ତାରିଖରେ ବ୍ଲାକ୍ ବାକ୍ସକୁ ଅହମ୍ମଦାବାଦରୁ ଦିଲ୍ଲୀ ଅଣାଯାଇଥିଲା। ଯେଉଁଠାରେ ଏହାକୁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ୍ ଇନଭେଷ୍ଟିଗେସନ୍ ବ୍ୟୁରୋର ଲାବୋରେଟୋରୀରେ ଖୋଲାଯାଇଥିଲା। ଏହା ପରେ, କ୍ରାସ୍ ପ୍ରୋଟେକ୍ସନ୍ ମଡ୍ୟୁଲ୍ (ସିପିଏମ୍) ସୁରକ୍ଷିତ ଭାବରେ ବାହାର କରାଯାଇଥିଲା । ଏହାର ମେମୋରୀକୁ ସଫଳତାର ସହ ଆକ୍ସେସ୍ କରାଯାଇଥିଲା ଏବଂ ଡାଟା ଡାଉନଲୋଡ୍ କରାଯାଇଥିଲା।
ପ୍ରକାଶଥାଉକି ଏହି ଦୁର୍ଘଟଣାରେ ୨୭୫ ଜଣ ପ୍ରାଣ ହରାଇଥିଲେ। ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ପ୍ରାଣ ହରାଇଥିଲେ। ବିମାନ ଦୁର୍ଘଟଣାରୁ କେବଳ ଜଣେ ବିଶ୍ୱାସ କୁମାର ରମେଶ ବଞ୍ଚି ଯାଇଥିଲେ।