ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ବାର୍ଷିକ ସାଂସ୍କୃତିକ ଉତ୍ସବ ସେଲିଗାନ୍ସ-୨୦୨୬

NEWS7
air-india-extended-ban-on-shankar-mishra

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସିଜିୟୁ, ଓଡ଼ିଶାର ବାର୍ଷିକ ସାଂସ୍କୃତିକ ମହୋତ୍ସବ ସେଲିଗାନ୍ସ-୨୦୨୬ ସଫଳତାର ସହ ଆୟୋଜିତ ହୋଇଯାଇଛି।ଦୁଇଦିନିଆ ଏହି ମହୋତ୍ସବ ୬ରୁ ୭ ଫେବୃଆରୀ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।

ଉଦଘାଟନୀ ସମାରୋହରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ ସିଜିୟୁର ସୁଦୃଢ଼ ସ୍କିଲ ଏଜୁକେସନ ପ୍ରଣାଳୀର ଫଳସ୍ୱରୁପ ୨୦୨୫ରେ ଆୟୋଜିତ ହୋଇଥିବା ଓଡ଼ିଶା ସ୍କିଲ ପ୍ରତିଯୋଗିତାରେ ସର୍ବମୋଟ ୬୩ଟି ପଦକ ହାସଲ କରି ବିଶ୍ୱବିଦ୍ୟାଳୟ ରାଜ୍ୟସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରିଛି।

ଏହି ସମାରୋହରେ ବେଦାନ୍ତ ଆଲୁମିନିୟମ୍ ର ମେଟାଲ୍ ବିଭାଗର ସିଇଓ ଶ୍ରୀ ଯଜ୍ଞେଶ୍ବର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମ ବୁଦ୍ଧିମତା (AI) ଇଣ୍ଟିଗ୍ରେସ ଣ୍ଟିଗ୍ରେସନ୍ ର ଆବଶ୍ୟକତା ଓ ଭୂମିକା ଉପରେ ଗୁରୁତ୍ବ ଆଲୋକପାତ ପାତ କରିଥିଲେ I

ସିଜିୟୁର ପ୍ରତିଷ୍ଠାତା ଓ ଅଧ୍ଯକ୍ଷ ଶ୍ରୀ ସଂଜୀବ କ୍ରମାର ରାଉତ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ବିଭିନ୍ନ ଦ ଦକ୍ଷତା ଶିକ୍ଷାମୂଳକ କା କାର୍ଯ୍ୟକ୍ରମ ସହ ବିଶ୍ବ ବିଶ୍ବବିଦ୍ୟାଳୟ ୟର ସକ୍ରିୟ ସଂଯୋଗ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ସହାୟକ ହେଉଛି।

ସିଜିୟୁର ବୋର୍ଡ ମେମ୍ୱର ଶ୍ରୀ ଶରତ ଚନ୍ଦ୍ର ଭଦ୍ରା, ଭାଇସ୍ ପ୍ରେସିଡେଣ୍ଟ ଶ୍ରୀମତୀ ଶୈଳଜା ରାଉତ, ଭାଇସ୍ ଚାନ୍ସେଲର ଡ଼. ବଂଶୀଧ ବଂଶୀଧର ମାଝୀ, ପ୍ରୋଭା ଭାଇସ୍ ଚାନ୍ସେଲର ଡ଼. ଗୁଡା ଶ୍ରୀଦେବୀ ଏବଂ ରେଜିଷ୍ଟ୍ରାର ଡ଼. ବିନିତା ପଣ୍ଡା ପ୍ରଭୃତି ଉପସ୍ଥିତ ଥିଲେ I

ଏହି ଅବସରରେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ଛାତ୍ର ଶ୍ରୀଯୁକ୍ତ ସାହିଲ କୁମାର ସିଂହ ଙ୍କୁ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ “ବିଶ୍ବବିଦ୍ୟାଳୟ ଅଲ୍ ରାଉଣ୍ଡର ସ୍ନାତକ" ପୁରସ୍କାରରେ ସମ୍ମାନିତ କରାଯାଇଥିଲା I