ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ, ଆସନ୍ତା ୭୨ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ- ଏମ୍ସ ଅଧିକ୍ଷକ

Published By : Prameya-News7 Bureau | July 14, 2025 IST

ଭୁବନେଶ୍ୱର ୧୪।୦୭ : ଏଫଏମ୍‌ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ । ଆଗାମୀ ୭୨ ଘଣ୍ଟା ସବୁଠୁ ଅଧିକ ମୂଲ୍ୟବାନ । ରୋଗୀଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି । ସୋମବାର ଏକ୍ସପର୍ଟ ଟିମ୍‌ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ରହିଛୁ । ଗତକାଲି ପରି ଆଜି ମଧ୍ୟ ତାଙ୍କ ଅବସ୍ଥା କ୍ରିଟିକାଲ ରହିଛି ବୋଲି ଏମ୍‌ସ ଅଧିକ୍ଷକ ଦିଲ୍ଲୀପ କୁମାର ପରିଡ଼ା ସୂଚନା ଦେଇଛନ୍ତି । 


ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ୭୨ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ରବିବାର ଦିନ ତାଙ୍କର ଡାଇଲେସିସି ହୋଇଥିଲା । ଆବଶ୍ୟକ ହେଲେ ପୁଣି ଥରେ ଡାଇଲେସିସି ହେବ । ଆଜି ଦେହରେ ଟେମ୍ପ୍ରେଚର ଆସିଛି । ଦିଲ୍ଲୀ ଏମ୍ସ ବିଶେଷଜ୍ଞ ସହ କଥା ହୋଇ ଆଣ୍ଟିବାୟୋଟିକ ଚାଲିଛି । ବ୍ଲଡ ପ୍ରେସର ଅଧିକ ରହିଛି । ଛାତ୍ର ଜଣଙ୍କ ଭେଣ୍ଟିଲେସନରେ ଅଛନ୍ତି । ବାକି ମ୍ୟାନେଜମେଣ୍ଟ ପକ୍ଷରୁ ସବୁଠୁ ବେଷ୍ଟ ଚିକିତ୍ସା ଦେବାକୁ ଚେଷ୍ଟା ଚାଲିଛି । 

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.