ଚଣ୍ଡିଖୋଲ ୧୪।୯: ସାଧାରଣ ନିର୍ବାଚନ ପରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ଉସ୍ମ । ନିର୍ବାଚିତ ପ୍ରତିନିଧି ଧର୍ମଶାଳାବାସୀଙ୍କ ସରଳତାର ଫାଇଦା ନେବା ସହ ଧୋକା ଦେଇଛନ୍ତି । ଶାସନ ନାଁରେ ଧର୍ମଶାଳାରେ ଭାଇଗିରି ଚଳାଇଛନ୍ତି । ପୂର୍ବରୁ ଅନେକ ଦିବଂଗତ ନେତା ଧର୍ମଶାଳାବାସୀଙ୍କ ଆଶୀର୍ବାଦ ପାଇ ବିକାଶମୂଳକ କାର୍ଯ୍ୟ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ଗମନାଗମନ ଭଳି କ୍ଷେତ୍ରରେ ଉନ୍ନତି ଆଣିପାରିଥିଲେ । କିନ୍ତୁ ଏଭଳି ପରମ୍ପରା ଧର୍ମଶାଳାରେ କେବେ ଦେଖାଯାଇନଥିଲା । ଏବେ ଧର୍ମଶାଳାରେ ଭାଇଗିରି ଓ ଗୁଣ୍ଡାରାଜ ଚାଲିଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଏଆଇସିସି ସଦସ୍ୟା ମଧୁସ୍ମିତା ଆଚାର୍ଯ୍ୟ ।
ଜାରକା ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ବର୍ତ୍ତମାନର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବତନ ବିଧାୟକ ଯେଉଁ ଖଣି ମାଫିଆ ମାନଙ୍କୁ ନେଇ କାମ କରୁଥିଲେ ବର୍ତ୍ତମାନର ବିଧାୟକ ମଧ୍ୟ ସେହି ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଯାହାକୁ ଧର୍ମଶାଳାବାସୀ ଦେଖୁଛନ୍ତି । ଏପଟେ ଧର୍ମଶାଳାରେ ଦିବଂଗତ ନେତା ସ୍ୱର୍ଗତଃ କଳ୍ପତରୁ ଦାସଙ୍କ ପ୍ରତିମୂର୍ତିରେ ଗେରୁଆ ରଙ୍ଗର କପଡ଼ା ଘୋଡାଇବା ପ୍ରସଙ୍ଗକୁ ମଧ୍ୟ କଟୁ ସମାଲୋଚନା କରିଛନ୍ତି । ଆଗାମୀ ଦିନରେ ଧର୍ମଶାଳାବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବେ ବୋଲି ମଧୁସ୍ମିତା ଆଚାର୍ଯ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
You Can Read:
ରକ୍ତ ପରୀକ୍ଷା କରି ରୋଗୀ ହଟହଟା, ଡାକ୍ତରଙ୍କୁ ଗାଳିଗୁଲଜ ସହ ଠେଲାପେଲା