୧୮ ଦିନିଆ ରିମାଣ୍ଡରେ ତହବୁର ରାଣା, NIA ହେଡକ୍ଵାର୍ଟରରେ ଜେରା କରିବେ ୧୨ ଜଣିଆ ଟିମ୍

Published By : Prameya-News7 Bureau | April 11, 2025 IST

ମୁମ୍ୱାଇ ୧୧/୦୪: ୧୮ ଦିନିଆ ରିମାଣ୍ଡରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା । NIA ହେଡକ୍ଵାର୍ଟରରେ ଜେରା କରିବେ ୧୨ ଜଣିଆ ଟିମ୍ । ୨୦ ଦିନିଆ ଆବେଦନ କରିଥିଲା ଟିମ୍ । ହେଲେ ୧୮ ଦିନ ଲାଗି ଅନୁମତି ମିଳିଥିବା ସୂଚନା ରହିଛି । ରାଣାକୁ ଭାରତ ଅଣାଯିବା ପରେ ଗୁରୁବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ତଦନ୍ତକାରୀ ସଂସ୍ଥା କହିଛି ଯେ ପଚରାଉଚରା ପାଇଁ ତହବୁରଙ୍କ ରିମାଣ୍ଡ ଜରୁରୀ। 

କୋର୍ଟ ବାହାରେ CISF ବ୍ୟତୀତ ଅନ୍ୟାନ୍ୟ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ତାଙ୍କୁ ଏକ ସ୍ୱତନ୍ତ୍ର ସଶସ୍ତ୍ର ଯାନରେ କୋର୍ଟକୁ ଅଣାଯାଇଥିଲା। କହିବାକିୁ ଗଲେ NIA ଏବଂ RAW ର ମିଳିତ ଟିମ୍ ତହବୁର ରାଣାଙ୍କୁ ଆମେରିକାରୁ ଦିଲ୍ଲୀ ଆଣିଥିଲା। ଗୁରୁବାର ଦିନ ଏନଆଇଏ ଟିମ୍ ତହୱୁର ହୁସେନ ରାଣାଙ୍କୁ ଆନୁଷ୍ଠାନିକ ଭାବରେ ଗିରଫ କରିଥିଲା। 
ସୂଚନା ଥାଉକି, ରାଣାକୁ ଶେଷରେ ୧୬ ବର୍ଷ ପରେ ଭାରତ ଅଣାଯାଇଛି। ଭାରତରେ ଆତଙ୍କବାଦୀ ନେଟୱାର୍କ ଏବଂ ୨୬/୧୧ ଆକ୍ରମଣର ଷଡ଼ଯନ୍ତ୍ର ସହ ଜଡିତ ସମସ୍ତ ଦିଗ ଉପରେ NIA ତହୱୁର ରାଣାଙ୍କଠାରୁ ସୂଚନା ପାଇବାକୁ ଚାହୁଁଛି। ଏନଆଇଏ ଏକ ବିବୃତ୍ତି ଜାରି କରି କହିଛି ଯେ ୨୦୦୮ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ନ୍ୟାୟିକ ପ୍ରକ୍ରିୟା ପରିସରକୁ ଆଣିବା ପାଇଁ ବର୍ଷ ବର୍ଷ ଧରି ପ୍ରୟାସ ପରେ ଏହି ପ୍ରତ୍ୟର୍ପଣ ହୋଇଛି। 

ତଦନ୍ତକାରୀ ସଂସ୍ଥା କହିଛି ଯେ USDOJ, US Sky Marshals ର ସକ୍ରିୟ ସହାୟତାରେ, NIA ସମଗ୍ର ପ୍ରତ୍ୟର୍ପଣ ପ୍ରକ୍ରିୟା ସମୟରେ ଅନ୍ୟ ଭାରତୀୟ ଗୁଇନ୍ଦା ସଂସ୍ଥା, NSG ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲା। ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଜଧାନୀ ଗସ୍ତ କରିବା ସମୟରେ ଶେଷରେ ରାଣାର ପ୍ରତ୍ୟର୍ପଣ ନେଇ ନିଷ୍ପତ୍ତି ହୋଇଥିଲା । 

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୪ ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ମିଳିତ ସମ୍ମିଳନୀରେ କହିଥିଲେ, "ଆମେ ଜଣେ କୁଖ୍ୟାତ ଆତଙ୍କୀଙ୍କୁ ତୁରନ୍ତ ଭାରତ ପଠାଉଛୁ ଯାହାଦ୍ୱାରା ତାଙ୍କୁ ଭାରତରେ ନ୍ୟାୟ ଦିଆଯାଇପାରିବ । ରାଣାଙ୍କୁ ଆମେରିକାର ଲସ୍ ଆଞ୍ଜେଲସ୍‌ର ମେଟ୍ରୋପଲିଟାନ୍ ଡିଟେନସନ୍ ସେଣ୍ଟରରେ ରଖାଯାଇଥିଲା। ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତିନାମା ଅନୁଯାୟୀ ଆରମ୍ଭ ହୋଇଥିବା ପ୍ରକ୍ରିୟା ପରେ ତାଙ୍କୁ ଆମେରିକାରେ ନ୍ୟାୟିକ ହେପାଜତରେ ରଖାଯାଇଥିଲା।"


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.